ଓଡିଶା

odisha

ETV Bharat / state

ଦଣ୍ଡ ଯାତ୍ରା କଟକଣାକୁ ନେଇ ଦଣ୍ଡ ମହାସଂଘର ଜରୁରୀ ବୈଠକ - danda mahasangha at boudh

ଆସନ୍ତା ଦଣ୍ଡ ଯାତ୍ରାକୁ ନେଇ ଗାଇଡଲାଇନ ଜାରି କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ । ତେବେ ଏଥିପାଇଁ ଜାରି କରାଯାଇଥିବା କଟକଣାକୁ ବୌଦ୍ଧ ଜିଲ୍ଲା ଦଣ୍ଡ ମହାସଂଘ ଓ ଜିଲ୍ଲା ଜନ ଅଧିକାର ସୁରକ୍ଷା ମଞ୍ଚ ବିରୋଧ କରି ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଦଣ୍ଡ ଯାତ୍ରା କଟକଣାକୁ ନେଇ ଦଣ୍ଡ ମହାସଂଘର ଜରୁରୀ ବୈଠକ
ଦଣ୍ଡ ଯାତ୍ରା କଟକଣାକୁ ନେଇ ଦଣ୍ଡ ମହାସଂଘର ଜରୁରୀ ବୈଠକ

By

Published : Mar 20, 2021, 8:49 PM IST

ବୌଦ୍ଧ : ଆସନ୍ତା ଦଣ୍ଡ ଯାତ୍ରାକୁ ନେଇ ଗାଇଡଲାଇନ ଜାରି କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ । ତେବେ ଏଥିପାଇଁ ଜାରି କରାଯାଇଥିବା କଟକଣାକୁ ବୌଦ୍ଧ ଜିଲ୍ଲା ଦଣ୍ଡ ମହାସଂଘ ଓ ଜିଲ୍ଲା ଜନ ଅଧିକାର ସୁରକ୍ଷା ମଞ୍ଚ ବିରୋଧ କରି ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଦଣ୍ଡ ଯାତ୍ରା କଟକଣାକୁ ନେଇ ଦଣ୍ଡ ମହାସଂଘର ଜରୁରୀ ବୈଠକ
ଦଣ୍ଡ ଯାତ୍ରା କଟକଣାକୁ ନେଇ ଦଣ୍ଡ ମହାସଂଘର ଜରୁରୀ ବୈଠକ
ଦଣ୍ଡ ଯାତ୍ରା କଟକଣାକୁ ନେଇ ଦଣ୍ଡ ମହାସଂଘର ଜରୁରୀ ବୈଠକ
ଆସନ୍ତା ଦଣ୍ଡ ଯାତ୍ରା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଗତ ଅଠର ତାରିଖରେ ଗାଇଡ ଲାଇନ ଜାରି କରିଛନ୍ତି । କରୋନା କଟକଣା ଯୋଗୁଁ ଅନେକ ପ୍ରତିବନ୍ଧକ ଲାଗୁ ହୋଇଛି । ତେବେ ଏହାକୁ ତୀବ୍ର ବିରୋଧ କରାଯାଇଛି । ଆଜି ବୌଦ୍ଧ ଜିଲ୍ଲାର ଦଣ୍ଡ ମହାସଂଘ ସମେତ ଜିଲ୍ଲା ଜନ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ପୃଥକ ପୃଥକ ଭାବରେ ଏହାକୁ ବିରୋଧ କରାଯାଇଥିଲା ।

ମୁଣ୍ଡାପଡା ପଞ୍ଚାୟତ କିରାସିରା ଗ୍ରାମସ୍ଥିତ ଗୁପ୍ତେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ତିରିଶରୁ ଊର୍ଦ୍ଧ୍ବ ଦଣ୍ଡ ଯାତ୍ରା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଏହାର ବିରୋଧ କରିଥିଲେ । ବିଶେଷ ଭାବରେ ଦଣ୍ଡ କୌଣସି ଗାଁକୁ ଭ୍ରମଣ କରିପାରିବେ ନାହିଁ ବୋଲି କଟକଣା ରହିଥିବାରୁ ଏହାକୁ ବିରୋଧ କରାଯାଇଥିଲା । ଅନ୍ୟ କିଛି ଜିଲ୍ଲାରେ ପ୍ରଶାସନ ଯାତ୍ରା ପାଇଁ ନିୟମରେ କୋହଳ କରିଥିବାବେଳେ ବୌଦ୍ଧ ଜିଲ୍ଲାରୁ ଦଣ୍ଡ ଯାତ୍ରାର ଉତ୍ପତ୍ତି ହୋଇଥିବା ସତ୍ତ୍ୱେ ଏଠାରେ କଠୋର କଟକଣାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ବୌଦ୍ଧ ଜିଲ୍ଲା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ଏହି କଟକଣାର ପୁନର୍ବିଚାର ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details