ବୌଦ୍ଧ: ଭାଲୁ କାମୁଡାରେ ଗୁରୁତର ଆହତ ବୃଦ୍ଧଙ୍କୁ ଉଦ୍ଧାର ପାଇଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ରାସ୍ତା ସମସ୍ୟା ଯୋଗୁଁ ଶେଷରେ ବୃଦ୍ଧଙ୍କୁ ଭାରରେ ଦୀର୍ଘ ପାଞ୍ଚ କିଲୋମିଟର ରାସ୍ତା ବୁହାଯାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚା ଯାଇଥିଲା ।
ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗୁରୁତର ବୃଦ୍ଧ - ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ
ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଶଙ୍କୁଳେଇ ପଞ୍ଚାୟତ ବିଶିପାଲି ଗାଁରେ । ଗାଁର ବୃଦ୍ଧ ଘାସିରାମ କର୍ମୀ ସକାଳୁ ଶୌଚ ପାଇଁ ଘର ନିକଟରେ ଥିବା ବୁଦା ମୂଳକୁ ଯାଉଥିବା ବେଳେ ଦୁଇଟି ବିରାଟ ଭାଲୁ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ପକାଇଥିଲେ ।
ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଶଙ୍କୁଳେଇ ପଞ୍ଚାୟତ ବିଶିପାଲି ଗାଁରେ । ଗାଁର ବୃଦ୍ଧ ଘାସିରାମ କର୍ମୀ ସକାଳୁ ଶୌଚ ପାଇଁ ଘର ନିକଟରେ ଥିବା ବୁଦା ମୂଳକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ପକାଇଥିଲେ । ବୃଦ୍ଧ ଜଣକ ସୌଭାଗ୍ୟ ବଶତଃ ବଞ୍ଚି ଯାଇ ଘୋଷାରି ହୋଇ ଘରକୁ ଆସିବା ପରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କିନ୍ତୁ ଗାଁକୁ ଭଲ ରାସ୍ତା ନ ଥିବାରୁ ବାଧ୍ୟ ହୋଇ ଆହତଙ୍କୁ ଖଟରେ ଭାର କରି 5 କିଲୋମିଟର ଅଣାଯାଇ ଆମ୍ବୁଲାନ୍ସରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ