ଓଡିଶା

odisha

ETV Bharat / state

ଆସିଲାନି ଆମ୍ବୁଲାନ୍ସ , ଆଖି ବୁଜିଲେ ଦିନ ମଜୁରିଆ - ambulance not reached patient died

ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ଆଖିବୁଜିଲେ ଗୁରୁତର ଆହତ । ଅବ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ଜିଲ୍ଲା ହରଭଙ୍ଗା ବ୍ଲକରରାମ୍ଭିକଟା ଗାଁରେ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

By

Published : Nov 15, 2019, 5:30 AM IST

ବୌଦ୍ଧ: ରାସ୍ତାରେ ବାଇକ ପିଟି ଚାଳକ ଫେରାର । ଏପଟେ ରକ୍ତରେ ଜୁଡୁବୁଡୁ ବାପାକୁ ବଞ୍ଚାଇବାକୁ ବାରମ୍ବାର ଫୋନ ପରେ ବି ଆସିଲାନି ଆମ୍ବୁଲାନ୍ସ । ଚିକିତ୍ସାରେ ବିଳମ୍ବ ଯୋଗୁଁ ଶେଷରେ ଆଖିବୁଜିଲେ ଦିନ ମଜୁରିଆ । ଅବ୍ୟବସ୍ଥାର ଏଭଳି ନଗ୍ନଚିତ୍ର ବୌଦ୍ଧ ହରଭଙ୍ଗା ବ୍ଲକର ରାମ୍ଭିକଟା ଗାଁରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

ଏହି ଗାଁର ଦିନ ମଜୁରିଆ ଶର୍ମା ପାତ୍ର । ପ୍ରତ୍ୟେକଦିନ ଭଳି ସନ୍ଧ୍ୟାରେ କାମସାରି ଅନ୍ୟ ଦୁଇ ମଜୁରିଆଙ୍କ ସହ ଘରକୁ ଫେରୁଥିବା ବେଳେ ରାମ୍ଭିକଟା ଛକ ନିକଟରେ ପଛରୁ ଏକ ଅଜଣା ବାଇକ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗୁରୁତର ଶର୍ମାଙ୍କୁ ଚିକିତ୍ସା ପାଇଁ ତାଙ୍କ ପୁଅ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ନଆସିବାରୁ ସେ ବାଧ୍ୟ ହୋଇ ଏକ ଅଟୋରେ ପୁରୁଣା କଟକ ଡାକ୍ତରଖାନାକୁ ନେଇଥିଲେ ।

କିନ୍ତୁ ସେଠାରେ ଶର୍ମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପୁଣି ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ବୌଦ୍ଧରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶର୍ମାଙ୍କୁ ଠିକ ସମୟରେ ଆମ୍ବୁଲାନ୍ସ ସେବା ମିଳିଥିଲେ ସେ ବୌଦ୍ଧରେ ଚିକିତ୍ସିତ ହେବାସହ ବଞ୍ଚି ପାରିଥାନ୍ତେ ବୋଲି ତାଙ୍କ ପତ୍ନୀ ଓ ପୁଅ ଅଭିଯୋଗ କରିଛନ୍ତି ।

ତେବେ ଶର୍ମା ଜଣେ ଦିନ ମଜୁରିଆ ଏବଂ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବୀ ହୋଇଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details