ଓଡିଶା

odisha

ETV Bharat / state

ପିଡିଏସ ସାମଗ୍ରୀ ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ - Allegations of irregularities in the supply of PDS

ପିଡିଏସ ସାମଗ୍ରୀରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ବୌଦ୍ଧ ଜିଲ୍ଲାର କିଛି ପଞ୍ଚାୟତରେ ଚାଉଳ ବଣ୍ଟନ ହୋଇ ନ ଥିବା ଅଭିଯୋଗ । ଅଧିକ ପଢନ୍ତୁ...

Allegations of irregularities in the supply of PDS
ପିଡିଏସ ସାମଗ୍ରୀ ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ

By

Published : Apr 12, 2020, 5:27 PM IST

ବୌଦ୍ଧ: ପିଡିଏସ ସାମଗ୍ରୀରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ଲକଡାଉନ ସମୟରେ ଗରିବଙ୍କୁ ପିଡିଏସ ସାମଗ୍ରୀ ଦିନ ବାରଟା ମଧ୍ୟରେ ଦେବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ବେଖାତିର କରାଯାଇଥିବା ଅଭିଯୋଗ ଆସିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କିନ୍ତୁ ଏପର୍ଯ୍ୟନ୍ତ କିଛି ପଞ୍ଚାୟତରେ ଚାଉଳ ବଣ୍ଟନ କରାଯାଇ ନାହିଁ ।

ପିଡିଏସ ସାମଗ୍ରୀ ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ

ରାଧାନଗର ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ପିଡିଏସ ଚାଉଳ ପାଇଁ ହିତାଧିକାରୀଙ୍କୁ ପଡୋଶୀ ମଥୁରା ପଞ୍ଚାୟତ ଉପରେ ନିର୍ଭର କରିବାକୁ ପଡୁଛି । ରାଧାନଗର ପଞ୍ଚାୟତରେ କୋରୋନା ବିପକ୍ଷ ଲଢେ଼ଇ ପାଇଁ ସବୁ ପ୍ରସ୍ତୁତି ଆରମ୍ଭ ହୋଇସାରିଥିଲେ ମଧ୍ୟ ଚାଉଳ ବଣ୍ଟନ ହୋଇ ନଥିବା କହିଛନ୍ତି ହିତାଧିକାରୀ । ସେପଟେ ସରସରା ପଞ୍ଚାୟତ କାର୍ଯ୍ୟାଳୟରେ ଧାର୍ଯ୍ୟ ସମୟ ପରେ ମଧ୍ୟ ଡହଡହ ଖରାରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରୁଥିବା ଦେଖିବାକୁ ମିଳି ଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details