ବୌଦ୍ଧ:ରାଜ୍ୟ ସରକାର 5ଟି ଜରିଆରେ ସ୍କୁଲ ଗୁଡ଼ିକ ଚକାଚକ୍ ସ୍ମାଟ ହେଉଛି । ଏଥିପାଇଁ ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଥିରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ଆସିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା 5ଟି ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଅଧାପନ୍ତରିଆ ହୋଇ ଅନେକ ବିଦ୍ୟାଳୟ ରହିଥିବା ସହ ଜାଲ୍ ପ୍ରମାଣପତ୍ର ଦେଇ ଶିକ୍ଷକତା ବୃତ୍ତି କରୁଥିବା ନେଇ ନେଇ ଅଭିଯୋଗ ହୋଇଛି ।
ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ 5ଟି ଉଚ୍ଚ ବିଦ୍ୟାଳୟ । ଜିଲ୍ଲାର ସମସ୍ତ ପଞ୍ଚାୟତରେ ଏଭଳି ଉଚ୍ଚ ବିଦ୍ୟାଳୟ ଗୁଡ଼ିକ 5ଟି ଅନ୍ତର୍ଭୁକ୍ତ ହେବା ପରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପ୍ରଚେଷ୍ଟା କରାଯାଇଛି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଏଭଳି 5ଟି ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ ଅବ୍ୟବସ୍ଥା ଘେରରେ ରହିଥିବା ବେଳେ ଅତ୍ୟନ୍ତ ନିମ୍ନମାନର ତଥା ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମୁଦାୟ ୬୯ ପଞ୍ଚାୟତର ସମସ୍ତ ଉଚ୍ଚ ବିଦ୍ୟାଳୟ ସମେତ ଜିଲ୍ଲା ସଦରମହକୁମା ଠାରେ ଥିବା ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚବିଦ୍ୟାଳୟ 5ଟି ଅନ୍ତର୍ଭୁକ୍ତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି 5ଟି ଉଚ୍ଚ ବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟ ଠିକ ଥିବା ବେଳେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।