ଓଡିଶା

odisha

By

Published : Sep 26, 2021, 4:48 PM IST

ETV Bharat / state

ମାସ୍କ ପିନ୍ଧିନଥିବାରୁ ଅବସରପ୍ରାପ୍ତ ମହିଳା ସ୍ବାସ୍ଥ୍ୟ ସେବିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସରପ୍ରାପ୍ତ ସ୍ବାସ୍ଥ୍ୟ ସେବିକାଙ୍କୁ ଦୁର୍ବ୍ୟବହାର କଲେ ମହିଳା ଡାକ୍ତର । ଅଧିକ ପଢନ୍ତୁ...

ମାସ୍କ ପିନ୍ଧିନଥିବାରୁ ମହିଳା ସ୍ବାସ୍ଥ୍ୟ ସେବିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ମାସ୍କ ପିନ୍ଧିନଥିବାରୁ ମହିଳା ସ୍ବାସ୍ଥ୍ୟ ସେବିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବୌଦ୍ଧ: ମୁଖ୍ୟ ଚିକିତ୍ସାଳୟରେ ଅବସରପ୍ରାପ୍ତ ମହିଳା ସ୍ବାସ୍ଥ୍ୟ ସେବିକାଙ୍କୁ ଦୁର୍ବ୍ୟବହାର । ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସ୍ବାସ୍ଥ୍ୟ ସେବିକାଙ୍କୁ ଦୁର୍ବ୍ୟବହାର କଲେ ମହିଳା ଡାକ୍ତର । ମହିଳା ଜଣଙ୍କ ମାସ୍କ ନପିନ୍ଧିଥିବାରୁ ତାଙ୍କୁ ଚିକିତ୍ସା କରାନଯାଇ ଫେରାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ସହିତ ଥିବା ଜଣେ ସରକାରୀ ମହିଳା ଅଧିକାରୀଙ୍କୁ ମଧ୍ୟ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଘଟଣାକୁ ସମ୍ପୃକ୍ତ ମହିଳା ଡାକ୍ତର ପରୋକ୍ଷରେ ସ୍ବୀକାର କରିବା ସହ ଦୁର୍ବ୍ୟବହାର ଘଟଣାକୁ ଅସ୍ବୀକାର କରିଛନ୍ତି ।

ମାସ୍କ ପିନ୍ଧିନଥିବାରୁ ମହିଳା ସ୍ବାସ୍ଥ୍ୟ ସେବିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ତେବେ ଗୋଟିଏ ଦିନ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗରେ ଜିଲ୍ଲାର ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମଙ୍କୁ ତାଙ୍କର ଜଣେ ସହଯୋଗୀ ଆକ୍ରମଣ କରିଥିଲେ । ଏନେଇ ଅଭିଯୋଗ ଆଣି ଡିପିଏମ ଧାରଣା ଦେଇଥିଲେ । ତେବେ ଏହି ଘଟଣାକୁ ୨୪ଘଣ୍ଟା ନପୁରୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଚିକିତ୍ସାଳୟକୁ ବିବାଦ ଘେରକୁ ଟାଣି ନେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details