ଓଡିଶା

odisha

ETV Bharat / state

ବୌଦ୍ଧରେ ବଢୁଛି ସଂକ୍ରମଣ, ଟେଷ୍ଟିଂ ସଠିକ ଭାବେ ହେଉନଥିବା ଅଭିଯୋଗ

ବୌଦ୍ଧରେ କୋରୋନା ସଂକ୍ରମଣ ବଢୁଥିବା ବେଳେ ଆର.ଆର.ଟି ଟିମ ଟେଷ୍ଟିଂ ସଠିକ ଭାବେ ହେଉନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ବଢୁଛି ସଂକ୍ରମଣ, ଟେଷ୍ଟିଂ ସଠିକ ଭାବେ ହେଉନଥିବା ଅଭିଯୋଗ
ବୌଦ୍ଧରେ ବଢୁଛି ସଂକ୍ରମଣ, ଟେଷ୍ଟିଂ ସଠିକ ଭାବେ ହେଉନଥିବା ଅଭିଯୋଗ

By

Published : May 28, 2021, 8:13 AM IST

ବୌଦ୍ଧ: ଜିଲ୍ଲାରେ ବେକାବୁ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ସଂକ୍ରମଣ ବଢୁଥିବା ସତ୍ତ୍ବେ ଜିଲ୍ଲାର ଅନେକ ଗ୍ରାମରେ ଶହ ଶହ ସଂକ୍ରମିତ ଖୋଲାଖୋଲି ବୁଲୁଥିବା ଦେଖାଯାଉଛି । ସେପଟେ ଆର.ଆର.ଟି ଟିମ ଅଧିକ ସଂକ୍ରମିତ ଅଞ୍ଚଳରେ ସଠିକ ଭାବେ ପରୀକ୍ଷଣ ଓ ଟୀକାକରଣ କରୁନଥିବାରୁ ସଂକ୍ରମଣ ବଢୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ବୌଦ୍ଧରେ ବଢୁଛି ସଂକ୍ରମଣ, ଟେଷ୍ଟିଂ ସଠିକ ଭାବେ ହେଉନଥିବା ଅଭିଯୋଗ

ଗୁରୁବାର ବୌଦ୍ଧ ଜିଲ୍ଲାରୁ ନୂତନ 262 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ ବାମଣ୍ଡା ଗ୍ରାମରୁ 61 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାର ଅଧିକାଂଶ ସ୍ଥାନରେ ସଂକ୍ରମିତମାନେ କୋରୋନା କଟକଣାକୁ ନମାନି ସବୁଆଡେ ବୁଲାବୁଲି କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଟୀକାକରଣ ଓ ସଂକ୍ରମିତ ଗ୍ରାମଗୁଡିକରେ ଆର.ଆର.ଟି ଟିମ ପହଞ୍ଚି ପରୀକ୍ଷା କରୁନଥିବାରୁ ସାଧାରଣ ଦ୍ବନ୍ଦରେ ରହିବା ସହ ଆତଙ୍କିତ ହୋଇପଡିଛନ୍ତି ।

ସେପଟେ ଅଧିକାଂଶ ଲୋକ ସଂଗରୋଧ ଗୃହ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ଚିନ୍ତିତ ହୋଇ ପଡିଛନ୍ତି । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତ୍ରିଲୋଚନ ପ୍ରଧାନ ଅନୁଗୋଳ ଜିଲ୍ଲାକୁ ଓ ଅନୁଗୋଳ ମୁଖ୍ୟ ଚିକିତ୍ସା ଅଧିକାରୀ ବୌଦ୍ଧକୁ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details