ବୌଦ୍ଧ:ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ହିତାଧିକାରୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ନାଁ ରେ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାଛଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କେତେକ ସଂସ୍ଥା ମହିଳା ଗୋଷ୍ଠୀଙ୍କୁ ହଳଦୀ ଗୁଣ୍ଡ, ଚୂନା, ତେଲ, ଡାଲି ପ୍ରକ୍ରିୟାକରଣ, ମସଲା ଗୁଣ୍ଡ ମେସିନ ଯୋଗାଇ ଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।ମହିଳା ଗୋଷ୍ଠୀ ଙ୍କ ସରଳତାର ସୁଯୋଗ ନେଇ ଲୁଟିବାରେ ଲାଗିଛନ୍ତି ମାଇକ୍ରୋ ଫାଇନାନ୍ସ କମ୍ପାନୀ ।
ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ କୋଡିଏ ଟି ମାଇକ୍ରୋ ଫାଇନାନ୍ସ କମ୍ପାନୀ ସେମାନଙ୍କ ଶାଖା ଖୋଲି ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରୁଛନ୍ତି । କିନ୍ତୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଆରବିଆଇର ଗାଇଡଲାଇନ ଉଲଘଂନ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଆର୍ଥିକ ଶୋଷଣ ଶିକାର ହେଉଛନ୍ତି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପଟରେ ମହିଳା ଗୋଷ୍ଠୀଙ୍କୁ ଏଭଳି ସଂସ୍ଥାମାନେ ଶୋଷଣ କରୁଛନ୍ତି । ଏନେଇ ଥାନାରେ ଅଭିଯୋଗ କରିବା ସହିତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହିଳା ଗୋଷ୍ଠୀ ।
ଏହା ମଧ୍ୟ ପଢନ୍ତୁ -‘ଆର୍ଥିକ ସହାୟତା ନାଁରେ ମହିଳା ଗୋଷ୍ଠୀଙ୍କୁ ଶୋଷଣ କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ’