ଓଡିଶା

odisha

ETV Bharat / state

ବୌଦ୍ଧ ସମବାୟ ବ୍ୟାଙ୍କ ନାଁରେ ଆର୍ଥିକ ଅନିୟମିତତା ଅଭିଯୋଗ - boudh co-opprative bank

ବୌଦ୍ଧ ସମବାୟ ବ୍ୟାଙ୍କ ନାଁରେ ଆର୍ଥିକ ଅନିୟମିତତା ଅଭିଯୋଗ କରିଛନ୍ତି ଜଣେ ଚାଷୀ । ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି । ଅଧିକ ପଢନ୍ତୁ...

financial
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Nov 29, 2019, 5:13 AM IST

ବୌଦ୍ଧ: ସମବାୟ ବ୍ୟାଙ୍କ ନାରେ ଆର୍ଥିକ ଅନିୟମିତତା ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମଳପୁର ଗାଁରେ । ଚାଷୀ ରଘୁନାଥ ତ୍ରିପାଠୀ ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ।

ସୂଚନାମୁତାବକ ରଘୁନାଥ ଗତ 12 ବର୍ଷ ପୂର୍ବେ ମାଛଚାଷ ପାଇଁ ବୌଦ୍ଧ ସମବାୟ ବ୍ୟାଙ୍କରୁ ୬୬ ହଜାର ଟଙ୍କା ଋଣ କରିଥିଲେ । ପରେ 8 ହଜାର ଟଙ୍କା ପରିଶୋଧ କରିଥିଲେ । ସେହିବର୍ଷ ମଧ୍ୟ ରଘୁନାଥ ତେଲିବନ୍ଧ ସମବାୟ ସମିତିରୁ 2ଟି କିସ୍ତିରେ 60 ହଜାର ଟଙ୍କା କୂପ ଖନନ ପାଇଁ ଋଣ କରିଥିଲେ । ସମିତିର ଟଙ୍କା ରଘୁନାଥ ପରିଶୋଧ କରିଥିଲା ବେଳେ ବର୍ତ୍ତମାନ ବ୍ୟାଙ୍କର ଟଙ୍କା ମୂଳସୁଧ ସହ ୮୮ ହଜାର ଟଙ୍କା ହୋଇଥିବାରୁ ଏଥିରେ କୌଣସି ଆର୍ଥିକ ଅନିୟମିତତା ହୋଇଥିବା ରଘୁନାଥ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ଘଟଣାରେ ବୌଦ୍ଧ ସମବାୟ ବ୍ୟାଙ୍କ ପକ୍ଷରୁ ଏଥିରେ କୌଣସି ଅନିୟମିତତା ହୋଇନାହିଁ, ବରଂ ତୃଟି ହୋଇଥିବା 30 ହଜାର ଟଙ୍କା ଭୁଲବଶତଃ ସମିତିର ଆକାଉଣ୍ଟକୁ ଚାଲିଯାଇଥିବା କୁହାଯାଇଛି। ଏହି ସମସ୍ୟାକୁ ବ୍ୟାଙ୍କ ପକ୍ଷରୁ ତୁରନ୍ତ ସମାଧାନ କରାଯିବ ବୋଲି ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details