ବୌଦ୍ଧ: ଜିଲ୍ଲାର ଜଙ୍ଗଲ ବିଭାଗର କାର୍ଯ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ ଉଠୁଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜବତ କାଠ ଗଣ୍ଡି ବିଭାଗ ପକ୍ଷରୁ କଟା ଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଯାହା ବିଭାଗର ସ୍ବଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜଙ୍ଗଲ ବିକୁଛି ବନ ବିଭାଗ ! - allegation against boudha kantamal forest ranger
ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜବତ କାଠ ଗଣ୍ଡି ବିଭାଗ ପକ୍ଷରୁ କଟା ଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଯାହା ବିଭାଗର ସ୍ବଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
![ଜଙ୍ଗଲ ବିକୁଛି ବନ ବିଭାଗ ! ଜଙ୍ଗଲ ବିକୁଛି ଜଙ୍ଗଲ ବିଭାଗ!](https://etvbharatimages.akamaized.net/etvbharat/prod-images/768-512-8417322-100-8417322-1597402048890.jpg)
ଜଙ୍ଗଲ ବିକୁଛି ଜଙ୍ଗଲ ବିଭାଗ!
ଜଙ୍ଗଲ ବିକୁଛି ଜଙ୍ଗଲ ବିଭାଗ!
ବିଭିନ୍ନ ସ୍ଥାନରେ ବ୍ୟାପକ ଗଛକଟାରେ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ହାତ ଥିବା ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ହେଲେ ଏବେ କଣ୍ଟାମାଳ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜବତ ହୋଇଥିବା କାଠ ଗଣ୍ଡିକୁ କଟା ଯାଉଥିବା ଏକ ଭିଡିଓ ଭାଇରାଲ ହୋଇଛି । ସେହିପରି ପୁରୁଣାକଟକ ରେଞ୍ଜ ଅଧିନରେ ସରକାରୀ ଜାଗାରୁ ଶାଗୁଆନ ଗଛକୁ କାଟି ନିଆଯାଇଥିବା ଅଭିଯୋଗ ହୋଇଛି । ସେପଟେ ରାସ୍ତା କଡରେ ଲାଗିଥିବା ଗଛର ତଦାରଖ ଠିକ ଭାବରେ ହେଉନଥିବା ଯୋଗୁଁ ଗଛ ନଷ୍ଟ ହୋଇଯାଉଥିବା ଅଭିଯୋଗ ହୋଇଛି । ଏସବୁର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
TAGGED:
kantamal forest ranger