ଓଡିଶା

odisha

By

Published : Apr 14, 2022, 9:12 PM IST

ETV Bharat / state

Mo School Abhiyan: ରାଜ୍ୟରେ ପ୍ରଥମ, ବୌଦ୍ଧରେ ଶତ ପ୍ରତିଶତ ଲାଗୁହେଲା ମୋ ସ୍କୁଲ୍‌ ଅଭିଯାନ

ମୋ ସ୍କୁଲ ଅଭିଯାନରେ ବୌଦ୍ଧକୁ ମିଳିଛି ଶତ ପ୍ରତିଶତ ସଫଳତା । ସାରା ରାଜ୍ୟରେ ବର୍ତ୍ତମାନ ବୌଦ୍ଧ ପ୍ରଥମ ଜିଲ୍ଲା ଭାବରେ ସମସ୍ତ 693ଟି ବିଦ୍ୟାଳୟ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛି । ଅଧିକ ପଢ଼ନ୍ତୁ

ରାଜ୍ୟରେ ପ୍ରଥମ: ବୌଦ୍ଧରେ ଶତ ପ୍ରତିଶତ ଲାଗୁ ହେଲା ମୋ ସ୍କୁଲ୍‌ ଅଭିଯାନ
ରାଜ୍ୟରେ ପ୍ରଥମ: ବୌଦ୍ଧରେ ଶତ ପ୍ରତିଶତ ଲାଗୁ ହେଲା ମୋ ସ୍କୁଲ୍‌ ଅଭିଯାନ

ବୌଦ୍ଧ:ମୋ ସ୍କୁଲ ଅଭିଯାନରେ ବୌଦ୍ଧକୁ ମିଳିଛି ଶତ ପ୍ରତିଶତ ସଫଳତା । ସାରା ରାଜ୍ୟରେ ବର୍ତ୍ତମାନ ବୌଦ୍ଧ ପ୍ରଥମ ଜିଲ୍ଲା ଭାବରେ ସମସ୍ତ 693ଟି ବିଦ୍ୟାଳୟ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛି । ଜିଲ୍ଲାର କଣ୍ଟାମାଳ, ହରଭଙ୍ଗା ଓ ବୌଦ୍ଧ ବ୍ଲକର ସମସ୍ତ ବିଦ୍ୟାଳୟ ଯେଉଁଥିରେ ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସାମିଲ ରହିଛି ।

ରାଜ୍ୟରେ ପ୍ରଥମ: ବୌଦ୍ଧରେ ଶତ ପ୍ରତିଶତ ଲାଗୁ ହେଲା ମୋ ସ୍କୁଲ୍‌ ଅଭିଯାନ

ମୋ ସ୍କୁଲ ଅଭିଯାନରେ ପ୍ରାଥମିକ ସ୍କୁଲ, ହାଇସ୍କୁଲ, ଆଦିବାସୀ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଭଳି ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ସାମିଲ ରହିଛି । ରାଜ୍ୟ ସରକାର ମୋ ସ୍କୁଲ ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶ ସହିତ ବିଦ୍ୟାଳୟକୁ ନୂତନ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ମୁଖ୍ୟ ଲକ୍ଷ୍ୟ ରହିଥିଲା । ବୌଦ୍ଧ ମୋ ସ୍କୁଲ ଅଭିମାନକୁ ଶତ ପ୍ରତିଶତ ଲାଗୁ କରିଥିବାରୁ ଏନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଓ ଶିକ୍ଷୟୀତ୍ରୀ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଏହାକୁ ନେଇ ବୌଦ୍ଧ ଜିଲ୍ଲାପାଳ ବିସ୍ତୃତ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details