ବୌଦ୍ଧ: ଜିଲ୍ଲାରେ ମହିମା ଧର୍ମର ଉନ୍ମେଷ ଭୂମିରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ଏହି ଆଧ୍ୟାତ୍ମିକ ପୁଣ୍ୟ ପୀଠରେ ରବିବାର ହଜାର ହଜାର ମହିମା ଭକ୍ତ, ସନ୍ୟାସୀଙ୍କ ସମାଗମ ହୋଇଥିଲା । ସବୁଜିମାରେ ଭରପୁର ସ୍ଥାନଟି ପାର୍କର ଭ୍ରମ ସୃଷ୍ଟି କରୁଥିଲା ହେଁ ଏହା ହେଉଛି ମହିମା ଧର୍ମ ଉନ୍ମେଷ ଭୂମି ।
ମହିମା ଧର୍ମର ରତ୍ନମୁଦ କାର୍ଯ୍ୟକ୍ରମ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ - ବୌଦ୍ଧ ଖବର
ବୌଦ୍ଧରେ ମହିମା ଧର୍ମର ଉନ୍ମେଷ ଭୂମିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ । ଅଧିକ ପଢନ୍ତୁ

ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ବୌଦ୍ଧ ଗଡଜାତର ସାଲୁଙ୍କୀ ଓ ମହାନଦୀ ସଂଗମ ସ୍ଥଳରେ ଅବସ୍ଥିତ ବଲାସିଙ୍ଘା ଗାଁର ଏକ ମହୁଲ ବୃକ୍ଷ ତଳେ ମହିମା ଗୋସେଇଁ ଗୋବିନ୍ଦ ବାବାଙ୍କୁ ପ୍ରଥମେ ଶିଷ୍ୟତ୍ବ ପ୍ରଦାନ କରିଥିଲେ । ପରେ ଭୀମଭୋଇଙ୍କୁ ଶିଷ୍ୟତ୍ବ ପ୍ରଦାନ କରିଥିଲେ । ସେହି ପବିତ୍ର ମହୁଲ ବୃକ୍ଷ ଆଜି ମଧ୍ୟ ସେଠାରେ ବିଦ୍ୟମାନ ରହି ଅନେକ ଲୋକକଥା, କିମ୍ବଦନ୍ତୀର ମୂକସାକ୍ଷୀ ହୋଇ ରହିଛି । ବଲାସିଙ୍ଘାର ଏହି ଐତିହାସିକ ପୀଠରେ ଆଜି ସ୍ବତନ୍ତ୍ର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ, ସାଧୁ,ସନ୍ୟାସୀ ଯୋଗଦେଇ ବିଭୁକୃପା ଲାଭ କରିଥିଲେ ।
ଇଟିଭି ଭାରତ,ବୌଦ୍ଧ