ବୌଦ୍ଧ: ମହାମାରୀ କୋରୋନା ପାଇଁ ସାରାବିଶ୍ବ ଆତଙ୍କିତ । ଆଉ ଏଥିରେ ବିଶେଷ ପ୍ରଭାବିତ ହେଉଛନ୍ତି ଶ୍ରମଜୀବୀ ବର୍ଗ । ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାନଯାଇ ଅଣଦେଖା କରାଯାଉଥିବାରୁ ଆଜି(ସୋମବାର) ସର୍ବ ଭାରତୀୟ ପ୍ରତିବାଦ ଦିବସ ଅବସରରେ ଏଆଇଟିୟୁସି ବୌଦ୍ଧ ଶାଖା ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଏଆଇଟିୟୁସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର - ଏଆଇଟିୟୁସି
ଶ୍ରମଜୀବୀ ବର୍ଗଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାନଯାଇ ଅଣଦେଖା କରାଯାଉଥିବାରୁ ଆଜି ପ୍ରତିବାଦ ଦିବସ ଅବସରରେ ଏଆଇଟିୟୁସି ବୌଦ୍ଧ ଶାଖା ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
![ଏଆଇଟିୟୁସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର AITUC's demand letter addressed to the Chief Minister](https://etvbharatimages.akamaized.net/etvbharat/prod-images/768-512-7153677-thumbnail-3x2-boudh.jpg)
ଏଆଇଟିୟୁସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଏଆଇଟିୟୁସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଏହି ଲକଡାଉନ ସମୟରେ ଶ୍ରମିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହୋଇଥିବାରୁ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏହାର ମୂଳ ଲକ୍ଷ୍ୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଜିଲ୍ଲା ସଂଗଠନ ପକ୍ଷରୁ ସଭାପତି ସୁଧାଂଶୁ ପ୍ରଧାନଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ