ଓଡିଶା

odisha

ETV Bharat / state

ଅନ୍ଧାରରେ ଚାଲିଛି ଆହାର କେନ୍ଦ୍ର

ବୌଦ୍ଧ ଜିଲ୍ଲାର ଡାକ୍ତରଖାନା ନିକଟରେ ଖୋଲାଯାଇଥିବା ଏକ ମାତ୍ର ଆହାର କେନ୍ଦ୍ର ଅନ୍ଧାରରେ ଚାଲିଛି । ବିଦ୍ୟୁତକାଟ ସମୟରେ ଲୋକେ ଅନ୍ଧାରରେ ଖାଉଛନ୍ତି । ଏନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି ।

By

Published : Jun 20, 2019, 9:59 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଜିଲ୍ଲାର ଏକ ମାତ୍ର ଆହାର କେନ୍ଦ୍ରର ଅବସ୍ଥା ବେହାଲ ଥିବା ବେଳେ ଅନ୍ଧାରରେ ଆହାର ଯୋଜନା ଚାଲିଛି । ସରକାର ଗରିବ ଲୋକଙ୍କ ସୁବିଧା ପାଇଁ ଖୋଲିଥିବା ଆହାର କେନ୍ଦ୍ରରେ ବିଦ୍ୟୁତକାଟ ସମୟରେ ଲୋକେ ଅନ୍ଧାରରେ ଖାଉଥିବା ଦୃଶ୍ୟ ଦେଖିଲେ ଆମ ବ୍ୟବସ୍ଥା କିଭଳି ତାହା ଜଳଜଳ ହୋଇ ଦେଖାଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ


ବୌଦ୍ଧ ଜିଲ୍ଲାର ଏକ ମାତ୍ର ଆହାର କେନ୍ଦ୍ର ଡାକ୍ତରଖାନା ନିକଟରେ ଖୋଲାଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ରନ୍ଧାଖାଦ୍ୟ ଦିଆଯାଉଛି, କିନ୍ତୁ ବିଦ୍ୟୁତକାଟ ସମୟରେ ଲୋକେ ଅନ୍ଧାରରେ ଖାଉଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି ।

ଦୂରଦୂରାନ୍ତରୁ ଗରିବ ଲୋକ ଏହି ଆହାର କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ବିଦ୍ୟୁତକାଟ ଯୋଗୁଁ ଏମାନେ ଉପାୟ ନପାଇ ଅନ୍ଧାରରେ ଖାଇବାକୁ ବାଧ୍ୟ ହେଉଛନ୍ତି । ଅପରପକ୍ଷରେ ଆହାର କେନ୍ଦ୍ରରେ ଥିବା ଇନଭଟର ମେସିନଟି ଦୀର୍ଘଦିନରୁ ଖରାପ ପଡିଛି । ଏନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details