ଓଡିଶା

odisha

ETV Bharat / state

ସାପ୍ତାହିକ ସଟଡାଉନ ପରେ ଖୋଲିଲା ମାର୍କେଟ, ଭିଡ ଅସମ୍ଭାଳ - boudh lockdown news

ବୌଦ୍ଧ ଜିଲ୍ଲାରେ ଦୁଇ ଦିନର ସଟଡାଉନ ପରେ ଆଜି ବଜାର ଖୋଲିବାରୁ ଲୋକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଯାହା କୋରୋନା ସଂକ୍ରମଣର ଆଶଙ୍କାକୁ ବଢାଇ ଦେଇଛି । ତେବେ ବଜାରରେ ଏଭଳି ଅସମ୍ଭାଳ ଭିଡ ଦେଖା ଯାଇଥିଲା ଯେ ତୁରନ୍ତ ପୌର ପ୍ରଶାସନ ପକ୍ଷରୁ ତିନୋଟି ସ୍ଥାନରେ ପରିବା ବଜାର ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ସାପ୍ତାହିକ ସଟଡାଉନ ପରେ ଖୋଲିଲା ମାର୍କେଟ, ଭିଡ ଅସମ୍ଭାଳ
ସାପ୍ତାହିକ ସଟଡାଉନ ପରେ ଖୋଲିଲା ମାର୍କେଟ, ଭିଡ ଅସମ୍ଭାଳ

By

Published : Jul 20, 2020, 1:29 PM IST

Updated : Jul 20, 2020, 2:21 PM IST

ବୌଦ୍ଧ: ଜିଲ୍ଲାରେ ଦୁଇ ଦିନର ସଟଡାଉନ ପରେ ଆଜି ବଜାର ଖୋଲିବାରୁ ଲୋକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଯାହା କୋରୋନା ସଂକ୍ରମଣର ଆଶଙ୍କାକୁ ବଢାଇ ଦେଇଛି । ଆଗାମୀ 26 ତାରିଖ ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ସତ୍ତ୍ବେ ଅନେକ ସ୍ଥାନରେ ଏହାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାରେ ଗତ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ପରେ ଆଜି ବଜାର ଖୋଲିଥିଲା । ତେବେ ବଜାରରେ ଏଭଳି ଅସମ୍ଭାଳ ଭିଡ ଦେଖା ଯାଇଥିଲା ଯେ ତୁରନ୍ତ ପୌର ପ୍ରଶାସନ ପକ୍ଷରୁ ତିନୋଟି ସ୍ଥାନରେ ପରିବା ବଜାର ପାଇଁ ନିଷ୍ପତ୍ତି ନିଆଯାଇଛି ।

ସାପ୍ତାହିକ ସଟଡାଉନ ପରେ ଖୋଲିଲା ମାର୍କେଟ, ଭିଡ ଅସମ୍ଭାଳ

ସେପଟେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରଶାସନ ବୌଦ୍ଧକୁ ଲକଡାଉନ ଘୋଷଣା ସହିତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଏହାର ଖୋଲା ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି । ଅନେକ ସ୍ଥାନରେ ଦୋକାନ ଖୋଲାକୁ ନେଇ ଦୋକାନୀ ଦ୍ଵନ୍ଦରେ ରହିଥିବା ବେଳେ ବିଦେଶୀ ମଦ ଦୋକାନ କିନ୍ତୁ ଖୋଲା ଯାଇଥିଲା ।

ତେବେ ବଜାରରେ ପ୍ରବଳ ଭିଡ ହେତୁ ସାମାଜିକ ଦୂରତା ରହୁ ନଥିବାରୁ ସଂକ୍ରମଣର ଭୟ ସୃଷ୍ଟି ହେବାକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jul 20, 2020, 2:21 PM IST

ABOUT THE AUTHOR

...view details