ଓଡିଶା

odisha

ETV Bharat / state

ଦଶମତୀଙ୍କ ଦୁଃଖ; ସହାୟତା ଅପେକ୍ଷାରେ ସରକାରୀ କାମରେ ନିୟୋଜିତ ଗୁରୁତର ନାବାଳିକା - ସହାୟତା

ଜଣେ ନାବାଳିକାକୁ ସରକାରୀ କୋଠା ନିର୍ମାଣ କାର୍ଯ୍ୟରେ ଲଗାଇ ଚର୍ଚ୍ଚାରେ ପ୍ରଶାସନ । ସେପଟେ କାମ କଲା ସମୟରେ ଗୁରୁତର ନାବାଳିକାଙ୍କୁ ମିଳିନି କୌଣସି ସହାୟତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 7, 2019, 4:07 PM IST


ବୌଦ୍ଧ: ସରକାରୀ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ନାବାଳିକା । ଆଉ ଆଶ୍ଚର୍ଯ୍ୟର ବିଷୟ ଯେ, ଆହତ ହେବା ପରେ ଚିକିତ୍ସା ପାଇଁ ବିଭାଗୀୟ ସଂସ୍ଥା ଓ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନାହିଁ । ଯାହା ଆମ ବ୍ୟବସ୍ଥା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୌଦ୍ଧ ଜିଲ୍ଲା ବଘିଆପଡାର ଏରଡା ଗାଁର 16 ବର୍ଷ ଦଶମତୀ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଦିନ ମଜୁରିଆ କେଶବ ସାହୁ ଓ ପତ୍ନୀ କୌଶଲ୍ୟାଙ୍କ ଝିଅ ଦଶମତୀ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ବାପା ମାଆଙ୍କ ସହ ସରକାରୀ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଉକ୍ତ କୋଠାରେ କାମ କରିବା ସମୟରେ ଦଶମତୀ 2 ମହଲା କୋଠାରୁ ତଳକୁ ଖସି ପଡିବା ଦ୍ବାରା ଅଣ୍ଟାରେ ଗଭୀର କ୍ଷତ ପାଇଥିଲେ । ତେବେ ଇତି ମଧ୍ୟରେ ଘଟଣାକୁ ମାସେ ପୁରି ଯାଇଥିବା ବେଳେ ବିଭାଗୀୟ ସଂସ୍ଥାଙ୍କ ଉଦାସିନତା ଦେଖିବାକୁ ମିଳିଛି ।

ସେପଟେ, ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଦଶମତୀ ଘରର ଅସୁବିଧା ଆଗରେ କାମକୁ ଯାଉଥିବା ବେଳେ ଏବେ ତାଙ୍କ ଚିକିତ୍ସା ପାଇଁ ବାପା କେଶବ ବିଭିନ୍ନ ଡାକ୍ତରଖାନାକୁ ଦୌଡି ଦୌଡି ସର୍ବଶାନ୍ତ ହୋଇପଡିଛନ୍ତି । ତେବେ ଏଭଳି ଏକ ସମ୍ବେଦଶୀଳ ଘଟଣାକୁ ନେଇ ସ୍ଥାନୀୟ ପଞ୍ଚାୟତ, ଶିଶୁ ସୁରକ୍ଷା ବିଭାଗ, ଶ୍ରମ ବିଭାଗ ତଥା ସମ୍ପୃକ୍ତ ସରକାରୀ କୋଠା ଦାୟିତ୍ବରେ ଥିବା ଅଧିକାରୀ, ଯନ୍ତ୍ରୀ କିଭଳି ଅବଗତ ନାହାନ୍ତି ତାହା ଚର୍ଚ୍ଚାର ବିଷୟ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details