ଓଡିଶା

odisha

ETV Bharat / state

କର୍ମଚାରୀ ଅଭାବରୁ ବୌଦ୍ଧ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା - Achievement in power department due to lack of employ

ବିଦ୍ୟୁତ୍‌ ବିଭାଗରେ ଅବ୍ୟବସ୍ଥା ନେଇ ଚାପଗ୍ରସ୍ତ ବିଦ୍ୟୁତ କର୍ମଚାରୀ । ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ସହିତ ଷ୍ଟ୍ରକଚରରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଦାବି କରିଛି ।

Achievement in power department due to lack of employee
କର୍ମଚାରୀ ଅଭାବରୁ ବୌଦ୍ଧ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା

By

Published : Dec 11, 2019, 9:02 AM IST

ବୌଦ୍ଧ: ବିଦ୍ୟୁତ୍‌ ବିଭାଗରେ ଅବ୍ୟବସ୍ଥା ନେଇ ଚାପଗ୍ରସ୍ତ ବିଦ୍ୟୁତ କର୍ମଚାରୀ । ଦାବି ପୂରଣ ନହେଲେ ଆନ୍ଦୋଳନ ପାଇଁ ଦେଇଛନ୍ତି ଚେତାବନୀ । ଅଳ୍ପ ସଂଖ୍ୟକ କର୍ମଚାରୀ ଯୋଗୁଁ ବିଦ୍ୟୁତ୍ ବିଭାଗରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦେଖିବାକୁ ମିଳିଛି ସାଉଥକୋ ଅଧିନରେ ଥିବା ବୌଦ୍ଧ ଡିଭିଜନରେ । ଏହି ଡିଭିଜନରେ 2ଟି ସବଡିଭିଜନ ଓ 4ଟି ଫିଡରରେ ମୋଟ 20 ଜଣ ସ୍ଥାୟୀ କର୍ମଚାରୀଙ୍କୁ ନେଇ ଚାଲିଛି କାର୍ଯ୍ୟ ।

କର୍ମଚାରୀ ଅଭାବରୁ ବୌଦ୍ଧ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା

ସେପଟେ ଜିଲ୍ଲାର ଲାଣ୍ଡିବନ୍ଧ ଠାରେ ଗ୍ରୀଡ ସ୍ଥାପନ ପରେ ଜିଲ୍ଲାବାସୀଙ୍କ ବିଦ୍ୟୁତ ସମସ୍ୟା ଦୂର ହେବା ବଦଳରେ କର୍ମଚାରୀଙ୍କ ଅଭାବ ଯୋଗୁଁ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଛି । ମଙ୍ଗଳବାର ଏନେଇ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା କର୍ମକର୍ତ୍ତା ମିଳିତ ଭାବେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ସରକାରଙ୍କ ନିକଟରେ ଦାବି କରିବାକୁ ନିଷ୍ପତ୍ତି ନେଇଥିଲା । ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ସହିତ ଷ୍ଟ୍ରକଚରରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଦାବି କରିଛନ୍ତି ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ । ଏଥି ସହିତ ସାଉଥକୋର ମନମୁଖି କାର୍ଯ୍ୟକୁ ଘୋର ବିରୋଧ ମଧ୍ୟ କରାଯାଇଛି । ତେବେ ଆଗାମୀ ଦିନରେ ଏଦିଗରେ କୌଣସି ପଦକ୍ଷେପ ନିଆନଗଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ନବ ନିର୍ବାଚିତ ସଂପାଦକ ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

boudh news

ABOUT THE AUTHOR

...view details