ବୌଦ୍ଧ: ଗଣ୍ଡଗୋଳ ମାମଲାରେ ପୁଅକୁ ଗିରଫ କରି ଜେଲରେ ଭର୍ତ୍ତି କଲା ପୋଲିସ । ପୁଅର ଗିରଫ କଥାକୁ ସହ୍ୟ କରିନପାରି ହୃଦଘାତରେ ଚାଲିଗଲା ବାପାଙ୍କ ଜୀବନ । ଏହାପରେ ସ୍ବାମୀ ଓ ପୁଅକୁ ଝୁରିଝୁରି ମାଆ ମଧ୍ୟ ମୃତ୍ୟୁବରଣ କଲେ । କିନ୍ତୁ ବାପାମାଆଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବାକୁ ଗିରଫ ପୁଅକୁ ଅନୁମତି ମିଳିନାହିଁ । ବୌଦ୍ଧ ଜିଲ୍ଲା ପଦରପଡା ଗ୍ରାମରେ ଏଭଳି କିଛି ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଗତ ସମବାୟ ନିର୍ବାଚନ ସମୟରେ ବୌଦ୍ଧ ଜିଲ୍ଲା ବିଳାସପୁର ସେବା ସମବାୟ ସମିତିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଘଟିଥିଲା । ଗଣ୍ଡଗୋଳର ସମାଧାନ ପାଇଁ ପଦରପଡା ଗ୍ରାମର ମେଘନାଦ ସାହୁ ସମିତିକୁ ଯାଇଥିବାବେଳେ, ମନମୁଣ୍ଡା ପୋଲିସ କୌଣସି ବିଚାର ନକରି ମେଘନାଦଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିଥିବା କୁହାଯାଇଛି । ଏଭଳି ଘଟଣା ଶୁଣି ମେଘନାଦଙ୍କ ବାପା ଗତ 28 ତାରିଖରେ ହୃଦଘାତରେ ମୃତ୍ୟୁ ହୋଇଥିଲା ।