ଓଡିଶା

odisha

୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲା, ୩ ଅଭିଯୁକ୍ତ ଗିରଫ

By

Published : Jul 17, 2023, 1:25 PM IST

ଫ୍ଲିପ୍‌କାର୍ଟର ୪୩ ଲକ୍ଷ ଟଙ୍କାର ଠକେଇ ମାମଲାରେ ୩ କର୍ମଚାରୀ ଗିରଫ । ତିନିଟି ଜିଲ୍ଲାରୁ ଅନ୍‌ଲାଇନ୍‌ରେ ୪୩ ଲକ୍ଷ ଟଙ୍କା ଠକେଇ କରିଥିବା ୩ କର୍ମଚାରୀଙ୍କୁ ଗିରଫ କଲା ବୌଦ୍ଧ ଥାନା ପୋଲିସ। ଅଧିକ ପଢନ୍ତୁ

3 accused arrested for online fraud
3 accused arrested for online fraud

୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ

ବୌଦ୍ଧ: ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲା । ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଫ୍ଲିପକାର୍ଟ କମ୍ପାନୀରେ କାମ କରି ଠକେଇ କରିଥିଲେ ଅଭିଯୁକ୍ତ । କଣ୍ଟାମାଳ ଓ ବାଉଁଶୁଣି ଥାନାରେ ଅଭିଯୋଗ ପରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥିସହ ସେମାନଙ୍କଠାରୁ ୨ଟି ବାଇକ ଓ ୩ଟି ମୋବାଇଲ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ । ତେବେ ଗିରଫ ତିନି ଜଣ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲାର ସୁନୀଲ ପ୍ରିୟରଞ୍ଜନ ପାଲ, ଖୋର୍ଦ୍ଧାର ଆଶିଷ ରଞ୍ଜନ ପ୍ରଧାନ ଓ ବାଲେଶ୍ଵର ଜିଲ୍ଲାର ବ୍ୟୋମକେଶ ଗିରି ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ମହାପ୍ରଭୁଙ୍କ ନାଁରେ ପୁଣି ଅନଲାଇନ ଠକେଇ, ଡଲାରରେ ଦକ୍ଷିଣା ଦେଉଛନ୍ତି ଭକ୍ତ

ସୂଚନା ଅନୁସାରେ, ଅଭିଯୁକ୍ତ ତିନି ଜଣ ଫ୍ଲିପ୍‌କାର୍ଟର କମ୍ପାନୀର ବିଭିନ୍ନ ଡିଷ୍ଟ୍ରିବ୍ୟୁସନ ପଏଣ୍ଟର ହବ୍ ଇନ୍‌ଚାର୍ଜ ଭାବରେ କାମ କରୁଥିଲେ । କ୍ୟାସ୍ ଅନ୍ ଡେଲିଭରି ଭାବରେ ଆସୁଥିବା ସାମଗ୍ରୀରୁ ସଂଗୃହିତ ହେଉଥିବା ଅର୍ଥରାଶି କମ୍ପାନିକୁ ନପଠାଇ ନିଜେ ହଡ଼ପ କରୁଥିଲେ । ଏଥି ସହିତ ନିଜେ କମ୍ପାନୀ ପାଖରୁ ଜିନିଷ ଅର୍ଡର୍ କରି ସେଗୁଡ଼ିକୁ ବିକ୍ରି କରି ଦେଉଥିଲେ । ଏନେଇ କମ୍ପାନୀ ପକ୍ଷରୁ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାରେ ୨୮ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ କେସ ନଂ ୮୫/୨୩ ମାମଲା ରୁଜୁ ହୋଇଥିଲା । କଣ୍ଟାମାଳ ଥାନାରେ ୧ ଲକ୍ଷ ୯୪ ହଜାର ଟଙ୍କା ଠକେଇ ହୋଇଥିବା କେସ ନଂ ୧୧୧/୨୩ ଓ ଅନୁଗୋଳ ଜିଲ୍ଲା ବାମୁର ଥାନାରେ ୯ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ବୌଦ୍ଧ ପୋଲିସ ପକ୍ଷରୁ ଏନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ୭ ଲକ୍ଷ ଟଙ୍କାର ସୁନା ଶଙ୍ଖ ଠକେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ଫୋନ୍‌ ଟ୍ରାକିଂ କରାଯାଉଥିଲା। ଶେଷରେ ବୌଦ୍ଧ ପୋଲିସ ଉକ୍ତ ୩ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୪ ଲକ୍ଷ ୫୦ ହଜାର ଟଙ୍କା, ୩ଟି ମୋବାଇଲ, ଦୁଇଟି ବାଇକ, ଗୋଟିଏ ଲାପ୍‌ଟପ୍‌ ଜବତ ହୋଇଛି । ବୌଦ୍ଧ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀରେ କଣ୍ଟାମାଳ ଥାନା ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details