ବୌଦ୍ଧ: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ଧରୁନଥିବା ବେଳେ ଏପଟେ କୋରୋନା ସହ ତାଳ ଦେଇ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ଶୁକ୍ରବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣ ପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଦୁଇ ବାପପୁଅଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ଗତକାଲି(ଶନିବାର) ବାଉଁଶୁଣୀ ଥାନା ଅନ୍ତର୍ଗତ ଗଜରାଜପୁର ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଣ୍ଠା ଗ୍ରାମର ଜଣେ ଯୁବକଙ୍କ ବୁର୍ଲାରେ ମୃତ୍ୟୁ ହୋଇଥିଲା । ଫଳରେ ଉତ୍ୟକ୍ତ ଲୋକେ ଉପଯୁକ୍ତ କ୍ଷତି ପୂରଣ ଦାବି କରି ଦୀର୍ଘ ସମୟ ଧରି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଯୁବକଙ୍କ ମୃତ୍ୟୁକୁ ନେଇ ବୌଦ୍ଧରେ ଉତ୍ତେଜନା, ରାସ୍ତା ଅବରୋଧ କଲେ ଲୋକେ - ହରଭଙ୍ଗା ବ୍ଲକ ହରେକୃଷ୍ଣ ପୁର ଗ୍ରାମ
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ଧରୁନଥିବା ବେଳେ ଏପଟେ କୋରୋନା ସହ ତାଳ ଦେଇ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ଶୁକ୍ରବାର ବିଦ୍ୟୁତ ଆଘାତରେ ଦୁଇ ବାପପୁଅଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ଗତକାଲି(ଶନିବାର) ସଡକ ଦୁର୍ଘଟଣାରେ କଣ୍ଠା ଗ୍ରାମର ଜଣେ ଯୁବକଙ୍କ ବୁର୍ଲାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସଡ଼କ ଦୁର୍ଘଟଣା, ଯୁବକଙ୍କ ମୃତ୍ୟୁରେ ଜାତୀୟ ରାଜପଥ ଅବରୋଧ
ସଡ଼କ ଦୁର୍ଘଟଣା, ଯୁବକଙ୍କ ମୃତ୍ୟୁରେ ଜାତୀୟ ରାଜପଥ ଅବରୋଧ
ଏପଟେ ଲୋକଙ୍କୁ ଅଣାୟତ୍ତ କରି ସାରିଲାଣି କୋରୋନା । ଶନିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ ୪୯ ଜଣ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୬ରେ ପହଞ୍ଚିଲାଣି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Sep 27, 2020, 1:24 PM IST