ବୌଦ୍ଧ: ଗୋଟିଏ ପଟରେ ସଡକ ସୁରକ୍ଷା ମାସ ଚାଲିଥିବା ବେଳେ ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ଛୋଟବଡ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟ କ୍ଷତି ହେବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅନ୍ତର୍ଗତ ବାଙ୍କପାଳ ଛକ ନିକଟରେ ଶୁକ୍ରବାର ଉଭୟ କିଆକଟା ପୋଲିସ ଓ ମେଗା ଇରିଗେସନ ପ୍ରୋଜେକ୍ଟ ପଞ୍ଚମ କ୍ଲଷ୍ଟର ମିଳିତ ଭାବେ ଲୋକଙ୍କୁ ଫୁଲ ଓ ମିଠା ବାଣ୍ଟି ସଚେତନ କରିଥିଲେ ।
ସେପଟେ ଶୁକ୍ରବାର ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଣ୍ଟାମାଳ ଠାରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ ଧକ୍କାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।