ଓଡିଶା

odisha

ETV Bharat / state

ହରଭଙ୍ଗା ବ୍ଲକରେ ବାଟବଣା ଆବାସ ଯୋଜନା

ଗରିବ ହିତାଧିକାରୀଙ୍କ ଆବାସ ଗୃହ ଟଙ୍କା ଅନ୍ୟ ଆକାଉଣ୍ଟରେ । ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ହିତାଧିକାରୀ । ଏନେଇ ଅଧିକ ପଢନ୍ତୁ...

aabas money in other account at kelakata village
ବାଟବଣା ଆବାସ ଯୋଜନା

By

Published : Feb 19, 2020, 11:24 AM IST

ବୌଦ୍ଧ: ହରଭଙ୍ଗା ବ୍ଲକରେ ବାଟବଣା ଆବାସ ଯୋଜନା । ଗରିବ ହିତାଧିକାରୀଙ୍କ ଆବାସ ଗୃହ ଟଙ୍କା ଅନ୍ୟ ଆକାଉଣ୍ଟରେ । କେଉଁଠି ଧନୀ ଲୋକ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଗୃହ ହଡପ କରୁଛି ତ ଅନ୍ୟ କେଉଁଠି କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଗରିବ ହିତାଧିକାରୀଙ୍କ ଟଙ୍କା ଅନ୍ୟ ଲୋକର ଆକାଉଣ୍ଟକୁ ଚାଲିଯାଉଛି । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତ ଅନ୍ତର୍ଗତ କେଲାକଟା ଗାଁରୁ ।

ହରଭଙ୍ଗା ବ୍ଲକରେ ବାଟବଣା ଆବାସ ଯୋଜନା

ଅଭିଯୋଗ ଅନୁଯାୟୀ, କେଲାକଟା ଗ୍ରାମର ଗରିବ ସରୋଜ ମହାକୁଳ ସରକାରଙ୍କ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇ ଘର ତିଆରି ଆରମ୍ଭ କରିଥିଲେ । ଘର ତିଆରି ପରେ ପଞ୍ଚାୟତ ଓ ବ୍ଲକରୁ ସେ ଅର୍ଥ ପାଇସାରିଥିବା ସୂଚନା ପାଇଲେ । କିନ୍ତୁ ତାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସି ନଥିବା ସେ ଜାଣି ପାରି ଏ ସମ୍ପର୍କରେ ପଞ୍ଚାୟତ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଏହାର ବିଚାର ପାଇଁ ଅନୁରୋଧ କରିଥିଲେ । ପରେ ତାଙ୍କ ଗୃହ ବାବଦ ଟଙ୍କା ନିକଟସ୍ଥ ରାଧାନଗର ପଞ୍ଚାୟତ ବାଲିପୁର ଗାଁର ଅରୁଣ ଦେହୁରୀଙ୍କ ଆକାଉଣ୍ଟକୁ ଚାଲିଯାଉଥିବା ଜଣାପଡିଥିଲା । ଆଉ ସେବେଠାରୁ ସରୋଜ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ତାଙ୍କ ପ୍ରାପ୍ୟ ପାଇବା ନିମନ୍ତେ ଦୌଡି ଦୌଡି ନୟାନ୍ତ ହୋଇସାରିଲେଣି। କିନ୍ତୁ କୌଣସି ସୁଫଳ ନମିଳିବାରୁ ସେ ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଲିଖିତ ଅଭିଯୋଗ କରି ବିହିତ ପଦକ୍ଷେପ ନେବାକୁ ଗୁହାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details