ଓଡିଶା

odisha

ETV Bharat / state

କେନ୍ଦ୍ର ରେଳ ବଜେଟ ଘୋଷଣା ପରେ ବୌଦ୍ଧରେ ଆନନ୍ଦର ଲହରୀ - ବୌଦ୍ଧରେ ଆନନ୍ଦର ଲହରୀ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ କେନ୍ଦ୍ର ରେଳ ବଜେଟ ଘୋଷଣା ପରେ ବୌଦ୍ଧ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ଅଧିକ ପଢନ୍ତୁ...

A wave of joy in Boudh after the announcement of the central railway budget
କେନ୍ଦ୍ର ରେଳ ବଜେଟ ଘୋଷଣା ପରେ ବୌଦ୍ଧରେ ଆନନ୍ଦର ଲହରୀ

By

Published : Feb 4, 2021, 7:12 PM IST

ବୌଦ୍ଧ: କେନ୍ଦ୍ର ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ହଜାରେ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଘୋଷଣା ପରେ ଜିଲ୍ଲାରେ ରେଳପଥ ତ୍ବରାନ୍ବିତକୁ ନେଇ ଉତ୍ସାହ ଦେଖାଦେଇଛି । ଫଳରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ଅଧିକ ତ୍ବରାନ୍ବିତ ହୋଇପାରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି ।

କେନ୍ଦ୍ର ରେଳ ବଜେଟ ଘୋଷଣା ପରେ ବୌଦ୍ଧରେ ଆନନ୍ଦର ଲହରୀ

କେନ୍ଦ୍ର ରେଳ ବଜେଟ ଘୋଷଣା ପରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ଅଗ୍ରଗତି ନେଇ ଅଧିକ ଉତ୍ସାହ ସୃଷ୍ଟି ହୋଇଛି । ବୁଧବାର କେନ୍ଦ୍ର ରେଳ ବଜେଟରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ଏକ ହଜାର କୋଟି ପଚାଶ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଫଳରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ଅଧିକ ତ୍ବରାନ୍ବିତ ହୋଇପାରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଏଠାରେ ପ୍ରକାଶ ଥାଉକି ଏହି ରେଳପଥ ନିର୍ମାଣ କାର୍ଯ୍ୟ ଖୋର୍ଦ୍ଧା, ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ସୋନପୁର ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ।

କିନ୍ତୁ ବୌଦ୍ଧ ଜିଲ୍ଲା ଦେଇ ଏହାର ସର୍ବାଧିକ ରାସ୍ତା ରହିଥିଲେ ମଧ୍ୟ ଜମି ଅଧିଗ୍ରହଣ ସବୁଠାରୁ ବଡ଼ ସମସ୍ୟା ହୋଇ ରହିଛି । ସୂଚନା ମୁତାବକ ଜିଲ୍ଲାର ପ୍ରାୟ 750 ଏକରରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ଅଧିଗ୍ରହଣ ହୋଇପାରିନଥିବା ବେଳେ ସମୁଦାୟ 108 ଗୋଟି ରାଜସ୍ବ ଗ୍ରାମ ମଧ୍ୟରୁ 74ଟି ଗ୍ରାମରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି । ଏହା ବ୍ୟତୀତ ସରକାରୀ ଜମିରୁ 613. 870 ଏକର ଜମିର ଆବଶ୍ୟକତା ରହିଥିବା ସୂଚନା ମିଳିଛି । ତେବେ ରେଳ ବଜେଟ ଘୋଷଣା ପରେ ବୌଦ୍ଧ ଜିଲ୍ଲାରେ ରେଳପଥ ଅଗ୍ରଗତିକୁ ନେଇ ଆନନ୍ଦ ପ୍ରକାଶ ପାଇବା ସହ ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details