ବୌଦ୍ଧ: ଜିଲ୍ଲାର ଏପରି ଏକ ଗ୍ରାମ ଯାହା ଅଭିଶପ୍ତ ହେଲାଭଳି ପଡିରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିକାଶ ସବୁ କ୍ଷେତ୍ରରେ ସତେ ଯେପରି ଅପହଞ୍ଚ ହୋଇପଡିଛି ଏହି ଗାଁ । ଏ ଦୁଃଖ ହେଉଛି ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ନେନ୍ଦନ ଗାଁ । ଏଠାକାର ଅଞ୍ଚଳବାସୀଙ୍କ ଦୁଃଖ ପାଲଟିଛି ପାହାଡିଆ ଜୋର ଶଗଡିଆ ।
ଅପହଞ୍ଚ ଇଲାକାର ଅଶୁଣା କଥା - ବୌଦ୍ଧ
ବର୍ଷ ବର୍ଷ ବିତିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲା ନେନ୍ଦନ ଗାଁ କୁ ଅପହଞ୍ଚ ସରାକାରୀ ଯୋଜନା । ସେପଟେ ପ୍ରଶାସନକୁ ନେନ୍ଦନ ଗାଁ ଠାରୁ ବିଚ୍ଛିନ୍ନ କରିଛି ପାହାଡିଆ ଜୋର ଶଗଡିଆ ।
ଅଧିକାଂଶ ସମୟ ଏହି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହୁଥିବା ଯୋଗୁଁ ସରକାରଙ୍କ ବିକାଶର ଧାରା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଗାଁରେ ଶିଶୁଙ୍କୁ ସଠିକ ପୋଷଣ ମଧ୍ୟ ମିଳିପାରୁ ନାହିଁ । ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଉଥିବା ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ଏଠାରେ ଶିଶୁ କୁପୋଷଣର ଶିକାର ହେଉଥିବା ଅଭିଯୋଗ ହୁଏ ।
ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ଏହି ସ୍ଥାନରେ ଆଜି ପର୍ଯ୍ୟନ୍ତ କୌଣସି ଜିଲ୍ଲାପାଳଙ୍କ ପାଦ ପଡିନଥିବା କହନ୍ତି ଗ୍ରାମବାସୀ । ଯଦି ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତି, ନିଶ୍ଚିତ ଭାବରେ ସରକାରଙ୍କ ବିକାଶର ଧାରା ଏଠାରେ ପହଞ୍ଚିବା ସହ ଅଞ୍ଚଳବାସୀ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇପାରନ୍ତେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ