ଓଡିଶା

odisha

By

Published : Mar 28, 2021, 12:02 PM IST

ETV Bharat / state

ଗୋଟିଏ ମଞ୍ଚରେ ଏକତ୍ରିତ ହେଲେ ଓଡ଼ିଶାର ପ୍ରସିଦ୍ଧ ବ୍ୟଙ୍ଗକାର

ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ଦୁଇ ଦିନିଆ ପୁସ୍ତକ ମେଳା ଅବସରରେ ହାସ୍ୟ ବ୍ୟଙ୍ଗକବି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଗୋଟିଏ ମଞ୍ଚରେ ଓଡ଼ିଶାର ପ୍ରସିଦ୍ଧ ବ୍ୟଙ୍ଗକାର
ଗୋଟିଏ ମଞ୍ଚରେ ଓଡ଼ିଶାର ପ୍ରସିଦ୍ଧ ବ୍ୟଙ୍ଗକାର

ବୌଦ୍ଧ: ବ୍ୟଙ୍ଗ କବିଙ୍କ ବ୍ୟଙ୍ଗାତ୍ମକ କବିତାରେ ହସିହସି ବେଦମ ହେଲେ ସାଧାରଣ ଲୋକ । କୋରୋନା ସଚେତନତା ସହ ବିଭିନ୍ନ ସାମାଜିକ ବ୍ୟବସ୍ଥାକୁ ନେଇ ବ୍ୟଙ୍ଗାତ୍ମକ କବିତାକୁ ଲୋକେ ବେଶ ପ୍ରଶଂସା କରିଛନ୍ତି । ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ଦୁଇ ଦିନିଆ ପୁସ୍ତକ ମେଳା ଅବସରରେ ହାସ୍ୟ ବ୍ୟଙ୍ଗକବି ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ବୌଦ୍ଧ ଟାଉନହଲ ଠାରେ ଦୁଇ ଦିନିଆ ପୁସ୍ତକ ମେଳା

ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ବାରା ଆୟୋଜିତ 16 ତମ ବୌଦ୍ଧ ପୁସ୍ତକ ମେଳାର ଉଦଘାଟନୀ ଦିବସରେ ଓଡ଼ିଶାର ବ୍ୟଙ୍ଗ କଥାକାରଙ୍କୁ ନେଇ ବ୍ୟଙ୍ଗ ସଂନ୍ଧ୍ୟା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବ୍ୟଙ୍ଗ କବି ଜ୍ଞାନ ହୋତା, ଶାନ୍ତନୁ ପାଣିଗ୍ରାହୀ, ସତ୍ୟାନାଶ, ବ୍ରଜ ସୁବୁଦ୍ଧି ଭଳି ଅନେକ ପ୍ରତିଷ୍ଠିତ କବି ଯୋଗ ଦେଇ ଉପସ୍ଥିତ ସାଧାରଣ ଜନତାଙ୍କୁ ବେଶ ମନୋରଞ୍ଜନ କରିଛି ।

ଗୋଟିଏ ମଞ୍ଚରେ ଓଡ଼ିଶାର ପ୍ରସିଦ୍ଧ ବ୍ୟଙ୍ଗକାର

ବିଶେଷ ଭାବରେ କୋରୋନା ସଚେତନତା ଓ ସାମାଜିକ ବ୍ୟବସ୍ଥାକୁ ନେଇ ବହୁ ବ୍ୟଙ୍ଗାତ୍ମକ କବିତା ପରିବେଷଣ କରାଯାଇଛି । ଯାହା ଅତ୍ୟନ୍ତ ଚିତ୍ତାକର୍ଷକ ସହିତ ହାସ୍ୟରସର ବାତାବରଣ ସୃଷ୍ଟି କରିପାରିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details