ଓଡିଶା

odisha

ETV Bharat / state

ବୌଦ୍ଧରେ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ, ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ବିଭାଗର ହାତ ଖାଲି - ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ବିଭାଗର ହାତ ଖାଲି

ବୌଦ୍ଧ ଜିଲ୍ଲା ଗୋଛାପଡାଠାରୁ ଅନୁଗୋଳକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ମହାନଦୀ ବ୍ରିଜ ଛକ ଠାରେ ନାଇଟ ପେଟ୍ରୋଲିଂ ପୋଲିସ ହାତରେ ଧରାପଡିଛି ଏକ କ୍ବିଣ୍ଟାଲ ଗଞ୍ଜେଇ । ସେପଟେ ଦନ୍ତାହାତୀ ହତ୍ୟା ମାମଲାରେ ତିନି ଦିନ ହେଲା ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି ମାଧପୁର ଓ ପୁରୁଣାକଟକ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ, ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ବିଭାଗର ହାତ ଖାଲି
ବୌଦ୍ଧରେ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ, ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ବିଭାଗର ହାତ ଖାଲି

By

Published : Jun 21, 2020, 11:09 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ଗୋଛାପଡାଠାରୁ ଅନୁଗୋଳକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ମହାନଦୀ ବ୍ରିଜ ଛକ ଠାରେ ନାଇଟ ପେଟ୍ରୋଲିଂ ପୋଲିସ ହାତରେ ଧରାପଡିଛି ଏକ କ୍ବିଣ୍ଟାଲ ଗଞ୍ଜେଇ । ଏଥିରେ ବ୍ୟବହୃତ ଏକ ମାରୁତି କାର ସହିତ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । କିଭଳି ଓ କାହା ଛତ୍ର ଛାୟା ତଳେ ଏଭଳି ବେଆଇନ କାର୍ଯ୍ୟ ବେଧଡକ ଚାଲିଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଦନ୍ତାହାତୀ ହତ୍ୟା ମାମଲାରେ ତିନି ଦିନ ହେଲା ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି ମାଧପୁର ଓ ପୁରୁଣାକଟକ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବୌଦ୍ଧରେ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ, ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ବିଭାଗର ହାତ ଖାଲି

ସେପଟେ ଗତ କିଛି ଦିନ ପୂର୍ବରୁ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଜଙ୍ଗଲରେ ଦନ୍ତାହାତୀ ଶିକାର ଘଟଣାରେ କିଛି ସ୍ଥାନୀୟ ଗାଁ ଲୋକଙ୍କୁ ଜଙ୍ଗଲ ବିଭାଗ ପଚରାଉଚରା ନାଁରେ ତିନି ଦିନ ହେଲା ଅକଥନୀୟ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗାଁର କିଛି ମହିଳା ମାଧପୁର ରେଞ୍ଜ ଓ କିଛି ବୁଦ୍ଧିଜୀବୀ ପୁରୁଣାକଟକ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି ।

ବୌଦ୍ଧରେ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ
ବୌଦ୍ଧରେ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ, ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ବିଭାଗର ହାତ ଖାଲି

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details