ଓଡିଶା

odisha

ETV Bharat / state

ମହାବିଦ୍ୟାଳୟରେ ପଢାଇଲେ ଉଦ୍ୟାନ ଅଧିକାରୀ, ଶିଖାଇଲେ ବୈଷୟିକ ଶିକ୍ଷା - boudh college student

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ପାଠ ପଢାଇଲେ ପ୍ରଶାସନିକ ଅଧିକାରୀ । ବୈଷୟିକ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କୁ ଶିଖାଇଲେ ଆତ୍ମନିର୍ଭରଶୀଳ ହେବାର କଳା । ଅଧିକ ପଢନ୍ତୁ...

boudh college student
ମହାବିଦ୍ୟାଳୟରେ ଉଦ୍ୟାନ ଅଧିକାରୀଙ୍କ ଶିକ୍ଷାଦାନ, ବୈଷୟିକ ଶିକ୍ଷା ସହ ଶିଖାଇଲେ ଆତ୍ମନିର୍ଭରଶୀଳ ହେବାର କଳା

By

Published : Jan 9, 2020, 4:24 PM IST

ବୌଦ୍ଧ: ମହାବିଦ୍ୟାଳୟରେ ପାଠ ପଢାଇଲେ ପ୍ରଶାସନିକ ଅଧିକାରୀ । ବୈଷୟିକ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କୁ ଶିଖାଇଲେ ଆତ୍ମନିର୍ଭରଶୀଳ ହେବାର କଳା ।

ମହାବିଦ୍ୟାଳୟରେ ଉଦ୍ୟାନ ଅଧିକାରୀଙ୍କ ଶିକ୍ଷାଦାନ, ବୈଷୟିକ ଶିକ୍ଷା ସହ ଶିଖାଇଲେ ଆତ୍ମନିର୍ଭରଶୀଳ ହେବାର କଳା

ଗୁରୁବାର, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଉଦ୍ୟାନ ଅଧିକାରୀ ହିମାଂଶୁ ଶେଖର ଆଚାର୍ଯ୍ୟ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ ସହିତ ଆତ୍ମନିର୍ଭରଶୀଳର ପାଠ ପଢାଇଛନ୍ତି । ମହାବିଦ୍ୟାଳୟର ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଉଦ୍ୟାନ ଅଧିକାରୀ ଜିଲ୍ଲାର ଜଳବାୟୁରେ କିଭଳି କଦଳୀ, ପିଆଜ ଓ ଧନିଆ ଭଳି ଲାଭଦାୟକ ପନିପରିବା ଉତ୍ପାଦନ ହୋଇପାରିବ ସେନେଇ ବିଶେଷ ଭାବରେ ଶିକ୍ଷାଦାନ କରିଥିଲେ ।

ଏଥିସହିତ ଉଦ୍ୟାନ ଅଧିକାରୀ ମହାବିଦ୍ୟାଳୟ ପରିସରରେ ଥିବା ବଟାନିକାଲ ଗାର୍ଡେନକୁ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ଉପସ୍ଥିତିରେ ବୁଲି ଦେଖିଥିଲେ । ସେପଟେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏଭଳି ଜଣେ ଅଧିକାରୀଙ୍କ ଶିକ୍ଷାଦାନ ଯୋଗୁଁ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details