ଓଡିଶା

odisha

ETV Bharat / state

ଲକଡାଉନ ଯନ୍ତ୍ରଣା, ଓଳିଏ ଖାଇଲେ ଦୁଇ ଓଳି ଉପାସ ବୃଦ୍ଧ ଦମ୍ପତ୍ତି - ଲକଡାଉନ ଯୋଗୁଁ ବନ୍ଦ ଜଳଖିଆ ଦୋକାନ

ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ଏମାନଙ୍କର ବାର୍ଦ୍ଧକ୍ୟ ଭତ୍ତା କିମ୍ବା ରାସନକାର୍ଡ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କ କଷ୍ଟକୁ ଆହୁରି ବଢାଇ ଦେଇଛି କୋରୋନା ଜନିତ ଲକଡାଉନ ।

lockdown
ବୟସର ଅପରାହ୍ନରେ ଭୋକ ଯନ୍ତ୍ରଣା

By

Published : Apr 8, 2020, 7:33 PM IST

ବୌଦ୍ଧ: ଅସହାୟ ଅବସ୍ଥାରେ ଦୁଇ ବୃଦ୍ଧ ଦମ୍ପତ୍ତି । ଲକଡାଉନ କାରଣରୁ ଏହି ଦମ୍ପତ୍ତିଙ୍କୁ ଏବେ ଓଳିଏ ଖାଇଲେ ଦୁଇ ଓଳି ଉପବାସ ରହିବାକୁ ପଡୁଛି । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ଏମାନଙ୍କର ବାର୍ଦ୍ଧକ୍ୟ ଭତ୍ତା କିମ୍ବା ରାସନକାର୍ଡ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କ କଷ୍ଟକୁ ଆହୁରି ବଢାଇ ଦେଇଛି କୋରୋନା ଜନିତ ଲକଡାଉନ । ଏହ ବୃଦ୍ଧ ଦମ୍ପତି ହେଉଛନ୍ତି ମଧୁସୂଦନ ସାମଲ ଓ ତାଙ୍କ ପତ୍ନୀ ସୁଲୋଚନା ସାମଲ ।

ବୌଦ୍ଧ ଲକଡାଉନ

ମୂଳ ସାଲେପୁର ଅଞ୍ଚଳର ବାସିନ୍ଦା ମଧୁସୂଦନ ପତ୍ନୀଙ୍କୁ ନେଇ ଦୀର୍ଘ 10 ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବୌଦ୍ଧ ସହରର ଜାମୁ ଛକଠାରେ ଏକ ଛୋଟ ଭଡା ଘରେ ଜଳଖିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଦୁଇ ସପ୍ତାହ ହେଲା ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି ।

ଯେଉଁ ହାତରେ ଦିନେ ଶହଶହ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲେ ଆଜି ସେମାନେ ଓଳିଏ ଖାଇଲେ ଦୁଇ ଓଳା ଉପବାସ ରହୁଛନ୍ତି । ଏପଟେ ଉଭୟ ସ୍ବାମୀ ସ୍ତ୍ରୀ ଏବେ ଆହାର ପାଇଁ ଅତ୍ୟନ୍ତ ଅସହାୟ ହୋଇ ପଡିଛନ୍ତି । ଏପରିକି ବର୍ତ୍ତମାନ ରନ୍ଧାଖାଦ୍ୟ ଦିଆଯାଉଥିଲେ ମଧ୍ୟ ଉଭୟଙ୍କୁ ଏହା ମଧ୍ୟ ମିଳିପାରୁ ନାହିଁ । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ବୃଦ୍ଧ ଦମ୍ଫତ୍ତିଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details