ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲାରେ ପୁଣି ଏକ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ହତ୍ୟା, ଲୁଣ୍ଠନ, ଚୋରୀ, ଡକାୟତି ଭଳି ଘଟଣା ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘଟୁଥିବାରୁ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାରେ ପୁଣି ଏକ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
ବୌଦ୍ଧ ଜିଲ୍ଲାରେ ପୁଣି ଏକ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

By

Published : Jan 3, 2021, 5:08 PM IST

ବୌଦ୍ଧ : ଗୋଟିଏ ପରେ ଗୋଟିଏ ଅପରାଧିକ ମାମଲା ସାଧାରଣ ନାଗରିକଙ୍କୁ ଚିନ୍ତିତ କରିଛି । ବୌଦ୍ଧ ଜିଲ୍ଲାର 6ଟି ଥାନା ଅଞ୍ଚଳରେ ଅଧିକାଂଶ ସମୟରେ ଚୋରୀ, ଡକାୟତି, ହତ୍ୟା, ଲୁଣ୍ଠନ ଭଳି ଘଟଣା ସାମାନ୍ୟ ଭଳି ମନେହେଉଛି । ଏନେଇ ପୋଲିସକୁ ଅନେକ ସ୍ଥାନରେ ସଫଳତା ମିଳୁଥିଲେ ମଧ୍ୟ ବଢୁଥିବା ଅପରାଧକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜିବୀ ।

ଗତ କିଛି ମାସ ତଳେ ବୌଦ୍ଧ ସହର ପୋଡାପୋଡାରେ ବ୍ୟବସାୟୀ ରାଜାଙ୍କ ହତ୍ୟାକାଣ୍ଡ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ, ଏବେ ପୁଣି ସମାନ ଢଙ୍ଗରେ ପ୍ରଥମେ ନିଖୋଜ ତାପରେ ଶବ ଉଦ୍ଧାର କରାଯାିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସୂଚନା ମିଳିଛି ।

ବୌଦ୍ଧ ଜିଲ୍ଲାରେ ପୁଣି ଏକ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ରାଜନପାଲିର ଅଗସ୍ତି ମହାକୁଳ ଗତ ପାଞ୍ଚ ଦିନ ହେଲା ନିଖୋଜ ଥିଲେ । ଆଜି(ରବିବାର) ତାଙ୍କ ମୃତ ଦେହକୁ ବୌଦ୍ଧ ସହରର କଚେରୀ ଛକ ନିକଟସ୍ଥ ଏକ ସ୍ଥାନରୁ ବାଲିରେ ପୋତି ହୋଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି ।

ନିଖୋଜ ସମ୍ପର୍କରେ ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଏକ ଅଭିଯୋଗ ହୋଇଥିବା ବେଳେ, ଆଜି ମୃତ ଦେହ ଉଦ୍ଧାର ପରେ ତାଙ୍କ ସାଙ୍ଗ ସାଥୀଙ୍କ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ଆଲୋଚନା ହେଉଛି ।ଘଟଣା ସ୍ଥଳରେ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ମନମୁଣ୍ଡା ଥାନା ଅଞ୍ଚଳରେ ପୁଅର ଟାଙ୍ଗିଆ ଚୋଟରେ ଗୁରୁତର ବାପା ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

ଏନେଇ ଅଭିଯୁକ୍ତ ପୁଅ ସହ ଅନ୍ୟ ତିନି ଜଣ ସହଯୋଗୀଙ୍କୁ ମନମୁଣ୍ଡା ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ଅଧିକାଂଶ ଅପରାଧିକ ମାମଲାରେ ପୋଲିସକୁ ସଫଳତା ମିଳୁଥିଲେ ମଧ୍ୟ ଅପରାଧ ବୃଦ୍ଧିକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details