ବୌଦ୍ଧ : ପ୍ରକୃତ ହିତାଧିକାରୀଙ୍କୁ ଚୟନ ଦାବିରେ ଚାଲିଥିବା ଅହୋରାତ୍ର ଗଣଧାରଣାକୁ ପୁରିଲା ଏକ ମାସ । ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି । ହେଲେ ଚୁପ ହୋଇ ବସିଛି ପ୍ରଶାସନ ।
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ପଡିବ ନାହିଁ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପ୍ରଭାବ
ଜନ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଯାହାର ପ୍ରକୃତ ହକଦାର ହେଉଛନ୍ତି ଗରିବ ତଥା ଦାରିଦ୍ର ରେଖା ତଳେ ଆସୁଥିବା ଲୋକ । କିନ୍ତୁ ଆବାସ ଯୋଜନାର ପ୍ରକୃତ ହିତାଧୀକାରୀଙ୍କୁ ମିଳିବା ପରିବର୍ତ୍ତେ ବିତଶାଳୀ ଲୋକ ଏହାର ଅନୈତିକ ଲାଭ ଉଠାଉଛନ୍ତି । ଫଳରେ ପ୍ରକୃତ ହିତାଧୀକାରୀଙ୍କୁ ଏବେ ମଧ୍ୟ ଚାଳ ଛପର ତଥା ଭଙ୍ଗା ଘରେ ରହୁଛନ୍ତି । ସଠିକ ହିତାଧୀକାରୀଙ୍କୁ କିଭଳି ଘର ତଥା ଅନ୍ୟାନ ସୁବିଧା ମିଳି ପାରିବ ସେନେଇ ଅହରାତ୍ର ଗଣଧାରଣାରେ ବସି ରହିଛନ୍ତି ଜିଲ୍ଲାର କିଛି ହିତାଧୀକାରୀ । ଏକ ମାସରୁ ଅଧିକ ସମୟ ହେବ ଏମାନେ ନିୟମିତ ଶୀତ କାକର ସହି ସେହି ସ୍ଥାନରେ ବସି ରହିଥିବା ବେଳେ ସରକାରଙ୍କୁ ଯେମିତି ଏସବୁ ଘଟଣାର ହୋସ ନାହିଁ । ତେବେ ଯେପର୍ଯ୍ୟନ୍ତ ସରକାର ତାଙ୍କ ସମସ୍ୟାର ସମାଧାନ କରି ନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଏହି ଅହୋରାତ୍ର ଧାରଣାରେ ବସି ରହିବେ ବୋଲି କହିଛନ୍ତି ।