ଓଡିଶା

odisha

ETV Bharat / state

ବୌଦ୍ଧରେ ପ୍ରଥମଥର ଏକାଠି ହେଲେ ବିଭିନ୍ନ ଜାତି ସମାଜର ପ୍ରତିନିଧି - ବିଭିନ୍ନ ଜାତି ସମାଜର ପ୍ରତିନିଧିଙ୍କ ସମ୍ମିଳନୀ

ଗୁରୁ ପୂର୍ଣ୍ଣିମା ଅବସରରେ ଅଭିନବ ପଦକ୍ଷେପ। ଜିଲ୍ଲାର ବିଭିନ୍ନ ଜାତି ସମାଜର କର୍ମକର୍ତ୍ତାଙ୍କୁ ନେଇ ପ୍ରଥମଥର ପାଇଁ ଏକ ସୁସ୍ଥ ସମାଜ ଗଠନ ପାଇଁ ଉଦ୍ୟମ କରାଯାଇଛି । ଅଧିକ ପଢ଼ନ୍ତୁ

ବୌଦ୍ଧରେ ପ୍ରଥମଥର ପାଇଁ ବିଭିନ୍ନ ଜାତି ସମାଜର ପ୍ରତିନିଧିଙ୍କ ସମ୍ମିଳନୀ
ବୌଦ୍ଧରେ ପ୍ରଥମଥର ପାଇଁ ବିଭିନ୍ନ ଜାତି ସମାଜର ପ୍ରତିନିଧିଙ୍କ ସମ୍ମିଳନୀ

By

Published : Jul 14, 2022, 9:46 AM IST

ବୌଦ୍ଧ: ବୁଧବାର ଥିଲା ପବିତ୍ର ଗୁରୁ ପୂର୍ଣ୍ଣିମା । ଗୁରୁ ବ୍ୟାସଦେବଙ୍କ ଜୟନ୍ତୀକୁ ଗୁରୁପୂର୍ଣ୍ଣିମା ଭାବରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଇଥାଏ । ବୌଦ୍ଧ ଜିଲ୍ଲାରେ ମଧ୍ୟ ପରମ୍ପରା ମୁତାବକ ଗୁରୁପୂର୍ଣ୍ଣିମା ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ତେବେ ଜିଲ୍ଲାରେ ପ୍ରଥମଥର ପାଇଁ ବିଭିନ୍ନ ଜାତି ସମାଜର କର୍ମକର୍ତ୍ତାଙ୍କୁ ନେଇ ସ୍ଥାନୀୟ ଚନ୍ଦ୍ର ଚୂଡ ମନ୍ଦିର ଠାରେ ଏକ ସାମୂହିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ବୌଦ୍ଧରେ ପ୍ରଥମଥର ପାଇଁ ବିଭିନ୍ନ ଜାତି ସମାଜର ପ୍ରତିନିଧିଙ୍କ ସମ୍ମିଳନୀ

ବ୍ରାହ୍ମଣ, କରଣ ଠାରୁ ନେଇ ମାଳି,କେଉଟ,ଶୁଦ,ଡୁମାଳ,କୁଳୁତା, ବାରିକ, ମାରଓ୍ବାଡି,ଗୁଡିଆ,ତୈଳିକ ବୈଶ୍ୟ, ଚଷା ଭଳି କୋଡିଏରୁ ଉର୍ଦ୍ଧ୍ବ ଜାତି ସମାଜର କର୍ମକର୍ତ୍ତା ମାନେ ଏଥିରେ ଭାଗନେଇ ସୁସ୍ଥ ସମାଜ ଗଠନରେ ପ୍ରତ୍ୟେକ ଜାତିର ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଜାତି ସମାଜର ପ୍ରତିନିଧିଙ୍କୁ ନେଇ ପ୍ରଥମଥର ପାଇଁ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଥିବାରୁ ବିଭିନ୍ନ ମହଲରୁ ଏହାକୁ ପ୍ରଶଂସା କରାଯିବା ସହିତ ସ୍ବାଗତ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details