ବୌଦ୍ଧ: ମୁଣ୍ଡ ଫାଟିଗଲା ଭଳି ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ବୌଦ୍ଧ ଜିଲ୍ଲାର ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାବେଳେ ଗରିବ ଲୋକଙ୍କ ଦୁଃଖ ବେଶ ବଢିଯାଇଛି । ଆଜି(ରବିବାର) ବୌଦ୍ଧ ଜିଲ୍ଲାର ଆଢେଣୀଗଡ ଫାଣ୍ଡି ଅଞ୍ଚଳରେ ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ବଦଲା ଗ୍ରାମର କବିଚନ୍ଦ୍ର ସାହୁ ।
ଅଂଶୁଘାତ ଜନିତ ଚିକିତ୍ସା ନ ପାଇ ଜଣଙ୍କ ମୃ୍ତ୍ୟୁ ଅଭିଯୋଗ
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଂଶୁଘାତ ଜନିତ ଚିକିତ୍ସା ନ ପାଇଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଅଧିକ ପଢନ୍ତୁ...
ସୂଚନା ମୁତାବକ, କବିଚନ୍ଦ୍ର ମହୁଲ ତୋଳିବା ପାଇଁ ଘର ନିକଟରେ ଥିବା ପଡିଆକୁ ଯାଇଥିଲେ । ସେଠାରୁ ଘରକୁ ଫେରି ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ ଆଢେଣୀଗଡ ଓ ପରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ଅଂଶୁଘାତ ଜନିତ ସେବା ନ ମିଳିବାରୁ କବିଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଡାକ୍ତରଖାନା ପକ୍ଷରୁ ଅଂଶୁଘାତ କକ୍ଷ ନେଇ କୌଣସି ଅସୁବିଧା ନାହିଁ ବୋଲି ସୂଚନା ଦିଆଯାଇଛି ।
କବିଚନ୍ଦ୍ରଙ୍କ ପୁଅ ବୋହୂ ଅନୁପସ୍ଥିତ ଥିବାରୁ ତିନୋଟି ଛୁଆକୁ ନେଇ ତାଙ୍କ ପତ୍ନୀ କୁମାରୀ ଅତ୍ୟନ୍ତ ଅସହାୟ ଭାବରେ ସହାୟତା ପାଇଁ ଗୁହାରି କରିଛନ୍ତି । ଦିନ ତମାମ ବୌଦ୍ଧ ଡାକ୍ତରଖାନାରେ ମୃତ ଶରୀର ପଡି ରହିବା ପରେ ଶେଷରେ ସନ୍ଧ୍ୟାରେ ମହାପରାୟଣ ଯୋଗେ ମୃତଦେହକୁ ଗାଁକୁ ପଠାଯାଇଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ