ଓଡିଶା

odisha

ETV Bharat / state

ମିଳୁନି ସରକାରୀ ସହାୟତା, ଭଙ୍ଗା ଦଦରା ଘରେ ରୋଗାଗ୍ରସ୍ତ ଦମ୍ପତି - ବୌଦ୍ଧ ସଦରର ଅସହାୟ ପରିବାର

ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ରୋଗାଗ୍ରସ୍ତ ଦମ୍ପତି । ବୌଦ୍ଧ ଜିଲ୍ଲା ସଦର ମହକୁମା ଏକ ନମ୍ବର ଓ୍ବାର୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଅଧିକ ପଢ଼ନ୍ତୁ...

ମିଳୁନି ସରକାରୀ ସହାୟତା, ଭଙ୍ଗା ଦଦରା ଘରେ ରୋଗାକ୍ରାନ୍ତ ଦମ୍ପତି
ମିଳୁନି ସରକାରୀ ସହାୟତା, ଭଙ୍ଗା ଦଦରା ଘରେ ରୋଗାକ୍ରାନ୍ତ ଦମ୍ପତି

By

Published : Jun 25, 2021, 4:44 PM IST

ବୌଦ୍ଧ: ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ନାହିଁ । ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ରୋଗାଗ୍ରସ୍ତ ଦମ୍ପତି । ଏଭଳି କିଛି କହି କାନ୍ଦି କାନ୍ଦି ନିଜ ଦୁଃଖ ବଖାଣୁଛନ୍ତି ସୁରଭି । ବୌଦ୍ଧ ଜିଲ୍ଲା ସଦର ମହକୁମା ଏକ ନମ୍ବର ଓ୍ବାର୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଉଭୟ ପତିପତ୍ନୀ କୌଣସି କାମ କରି ପାରୁନାହାନ୍ତି ।

ମିଳୁନି ସରକାରୀ ସହାୟତା, ଭଙ୍ଗା ଦଦରା ଘରେ ରୋଗାଗ୍ରସ୍ତ ଦମ୍ପତି

ଜଳସେଚନ ବିଭାଗ ପଛ ପଟେ ଥିବା ଏକ ଛୋଟ ବସ୍ତିରେ ଭଙ୍ଗା ଦଦରା ଘରେ ରହନ୍ତି ବାବୁଲା ଓ ସୁରଭି । ମାଟି କାନ୍ଥ ଉପରେ ଛାତ ପାଲଟିଛି ଜରିପାଲ । ରୋଜଗାର ନଥିବାରୁ ଦୁଇଜଣଙ୍କୁ ଦୁଇ ଓଳା ଖାଇବା ମିଳି ପାରୁନାହିଁ ।

ଗୋଟିଏ ବଖରା ଚାଳ ଘରେ ଅତ୍ୟନ୍ତ ଦୁରାବସ୍ଥାରେ ଉଭୟ ଦିନ କାଟୁଛନ୍ତି । ଏଭଳି ସମୟରେ ଗତ ଚାରି ଦିନ ପୂର୍ବରୁ ବର୍ଷା ଯୋଗୁଁ ଘରର କାନ୍ଥ ଭୁଷୁଡ଼ି ଯାଇଥିଲା । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ ବାବୁଲା ଓ ସୁରଭୀ । ବର୍ତ୍ତମାନ କେଉଁଠି ରହିବେ ସେହି ଚିନ୍ତାରେ ରହିଛନ୍ତି ଉଭୟେ ।

ପରିବାରକୁ କେବଳ ପାଞ୍ଚ କେଜି ଚାଉଳ ବ୍ୟତୀତ ଅନ୍ୟ କୌଣସି ସରକାରୀ ସହାୟତା ମିଳୁନାହିଁ । ସହରାଞ୍ଚଳରେ ଗରିବଙ୍କ ପାଇଁ ଜାଗା ଓ ଆବାସ ଗୃହ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବେଳେ କୌଣସି କାରଣରୁ ଏମାନେ ବାଦ ପଡ଼ିଯାଇଛନ୍ତି । ସବୁ ସରକାରୀ ଯୋଜନାରୁ ବଞ୍ଚିତ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details