ଓଡିଶା

odisha

ETV Bharat / state

ବିଶ୍ବ ଫଟୋଗ୍ରାଫି ଦିବସରେ ନିଜ ଅଭୁଲା ସ୍ମୃତି ବଖାଣିଲେ ଫଟୋଗ୍ରାଫର - boudha photographer

ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ଏହି ଅବସରରେ ନିଜ ଫଟୋଗ୍ରାଫି କ୍ୟାରିୟରର ସ୍ମରଣୀୟ ମୂହୁର୍ତ୍ତକୁ ଇଟିଭି ଭାରତ ସହ ବାଣ୍ଟିଲେ ବୌଦ୍ଧର ବରିଷ୍ଠ ଫଟୋଗ୍ରାଫର । ଅଧିକ ପଢନ୍ତୁ...

ବିଶ୍ବ ଫଟୋଗ୍ରାଫି ଦିବସରେ ନିଜ ଅଭୁଲା ସ୍ମୃତି ବଖାଣିଲେ ଫଟୋଗ୍ରାଫର
ବିଶ୍ବ ଫଟୋଗ୍ରାଫି ଦିବସରେ ନିଜ ଅଭୁଲା ସ୍ମୃତି ବଖାଣିଲେ ଫଟୋଗ୍ରାଫର

By

Published : Aug 19, 2021, 10:41 PM IST

ବୌଦ୍ଧ: ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ଆଜିର ଏହି ଦିନରେ ନିଜର ଫଟୋଗ୍ରାଫି କ୍ୟାରିୟରର ସ୍ମରଣୀୟ ମୂହୁର୍ତ୍ତକୁ ବଖାଣିଲେ ବରିଷ୍ଠ ଫଟୋଗ୍ରାଫର । ବୌଦ୍ଧର ଜିଲ୍ଲାର ପ୍ରସିଦ୍ଧ ଫଟୋଗ୍ରାଫର ସମୀର ସାହୁ ଇଟିଭି ଭାରତ ସହ ପୁରୁଣା ଦିନର ସ୍ମରଣୀୟ ଫଟୋଚିତ୍ର ସମ୍ପର୍କରେ ଆଲୋଚନା କରିଛନ୍ତି ।

ବିଶ୍ବ ଫଟୋଗ୍ରାଫି ଦିବସରେ ନିଜ ଅଭୁଲା ସ୍ମୃତି ବଖାଣିଲେ ଫଟୋଗ୍ରାଫର

ବୌଦ୍ଧ ଜିଲ୍ଲା ସଦର ମହକୁମାର ସମୀର କୁମାର ସାହୁ । ୭୦ ଦଶକରେ ବଲାଙ୍ଗୀରରେ କଲେଜ ଅଧ୍ୟୟନ ସମୟରେ ସେ ଫଟୋଗ୍ରାଫି ପ୍ରତି ଆକର୍ଷିତ ହୋଇଥିଲେ । ସମୀର ଜଣେ ମଞ୍ଚ ଅଭିନେତା ଓ କଣ୍ଠଶିଳ୍ପୀ ସଙ୍ଗେ ସଙ୍ଗେ ଦୀର୍ଘ ବର୍ଷ ହେଲା ଫଟୋଗ୍ରାଫି ପେଶା ସହ ମଧ୍ୟ ଜଡିତ । ଆଜିର ଫଟୋଗ୍ରାଫି ଦିବସରେ ନିଜ କ୍ୟାରିଅର ତଥା ଫଟୋଗ୍ରାଫି ସମୟର ଅଭୁଲା ମୂହୁର୍ତ୍ତ ସମ୍ପର୍କରେ ସେ ବିସ୍ତୃତ ରୂପେ ବଖାଣିଛନ୍ତି । ବିଶେଷଭାବେ 1982 ମସିହା ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ସମୟରେ ବୌଦ୍ଧର ବିଭିନ୍ନ ବନ୍ୟା ବିତ୍ପାତ ଅଞ୍ଚଳର ଫଟୋଚିତ୍ର ସେ ନିଜ କ୍ୟାମେରାରେ କଏଦ କରିଥିଲେ । ଏଥିସହ 1994 ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୌଦ୍ଧ ଜିଲ୍ଲା ଉଦଘାଟନ ସମୟର ଫଟୋ ମଧ୍ୟ ଉଠାଇଥିଲେ ସେ । ଯାହା ତାଙ୍କ ଅଭୁଲା ସ୍ମୃତି ହୋଇରହିଛି ବୋଲି ସମୀର ପ୍ରକାଶ କରିଛନ୍ତି ।

ବିଶ୍ବ ଫଟୋଗ୍ରାଫି ଦିବସରେ ନିଜ ଅଭୁଲା ସ୍ମୃତି ବଖାଣିଲେ ଫଟୋଗ୍ରାଫର
ବିଶ୍ବ ଫଟୋଗ୍ରାଫି ଦିବସରେ ନିଜ ଅଭୁଲା ସ୍ମୃତି ବଖାଣିଲେ ଫଟୋଗ୍ରାଫର

ଆଜି ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ତିନି ବ୍ଲକର ଫଟୋଗ୍ରାଫରମାନେ ନିକଟସ୍ଥ ରଘୁନାଥ ମନ୍ଦିର ପରିସରରେ ଏକତ୍ରିତ ହୋଇ ନିଜ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details