ଓଡିଶା

odisha

ETV Bharat / state

ଲକଡାଉନ ବଦଳାଇଲା ଜୀବନର ଗତିପଥ

ବୌଦ୍ଧ ଜିଲ୍ଲାରେ ଗୋଟିଏ ପରିବାରର ଜୀବନ ଗତିପଥକୁ ବଦଳାଇ ଦେଇଛି ଲକଡାଉନ । ଅଧିକ ପଢନ୍ତୁ...

By

Published : Jun 19, 2020, 11:59 AM IST

vegitable
ଲକଡାଉନ ବଦଳାଇଲା ଜୀବନର ଗତିପଥ

ବୌଦ୍ଧ: ଭାଗ୍ୟ ବଦଳାଇଲା ଲକଡାଉନ । ବୌଦ୍ଧ ଜିଲ୍ଲାରେ ଗୋଟିଏ ପରିବାରର ଜୀବନ ଗତିପଥକୁ ବଦଳାଇ ଦେଇଛି ଲକଡାଉନ ।

ସୂଚନା ଅନୁଯାୟୀ,ବୌଦ୍ଧ ପୌରାଞ୍ଚଳର ଠିକ ଶେଷ ସୀମାରେ ଥିବା ରାମଜାଙ୍ଗି ନାଳ ନିକଟରେ ପ୍ରାୟ 30 ଡେସିମିଲ ଅତ୍ୟନ୍ତ ନିକୃଷ୍ଟ ଜମିର ମାଲିକ ହେଲେ ଗରିବ ଯଦୁମଣି ମେହେର । ଚାରି ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର ହେବାରୁ ନିଜ ଦୁଇ ପୁଅକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଠାଇଥିଲେ ।

ଏବେ ଲକଡାଉନ ଏହି ପରିବାରର ଜୀବନ ଗତିପଥକୁ ସମ୍ପୂର୍ଣ୍ଣ ଭିନ୍ନ ମୋଡ ଦେଇଛି । ଲକଡାଉନ ସମୟରେ ଯଦୁ କିଛି ସ୍ବେଚ୍ଛାସେବୀଙ୍କ ପରାମର୍ଶ କ୍ରମେ ଉକ୍ତ ନିକୃଷ୍ଟ ଜମିକୁ ନିକଟସ୍ଥ ନାଳରୁ ପାଣି ଆଣି ପ୍ରଥମେ ଉର୍ବର କରିଥିଲେ । ପରେ ସେଠାରେ ଏକ ଦଶ ଫୁଟର କୂଅ ନିଜେ ଖୋଳିବା ସହିତ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ସଫଳ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି ।

ଏବେ ନିଜ ପରିବାରର ଆର୍ଥିକ ସ୍ବଛଳତା ସୁଧୁରିବା ସହିତ ଦାଦନରୁ ଫେରିଥିବା ପୁଅ ମଧ୍ୟ ଆଉ ଅନ୍ୟ ରାଜ୍ୟକୁ ଯିବାକୁ ଚାହୁଁ ନାହାନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details