ଓଡିଶା

odisha

By

Published : Dec 21, 2019, 9:19 PM IST

ETV Bharat / state

93 ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ । ଶନିବାର 31 ଏକର ଜମିରେ ଚାଷ ହେଉଥିବା ଗଞ୍ଜେଇ ଗଛ ନଷ୍ଟ କରିଛି ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ganja seized
ବୌଦ୍ଧରେ 93 ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ: ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଓ ବନ ବିଭାଗ ଆମ୍ବଝରୀ ପଞ୍ଚାୟତର ଗୋଛାପଡା ଗାଁରେ ମିଳିତ ଭାବେ ଚଢାଉ କରି ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ପ୍ରାୟ 31 ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା ।

ବୌଦ୍ଧରେ 93 ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ଖବର ପାଇ ଅବକାରୀ ବିଭାଗ ଓ ବନବିଭାଗ ମିଳିତ ଭାବେ ଚଢାଉ କରି ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ 93 ଲକ୍ଷ ଟଙ୍କା ହେବ । ବର୍ତ୍ତମାନ ସୁଦ୍ଧା 888 ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 2700 କୋଟି ଟଙ୍କା ହେବ । ଏହି ଚଢାଉକୁ ଆହୁରି ବ୍ୟାପକ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details