ଓଡିଶା

odisha

ETV Bharat / state

ଅବକାରୀ ବିଭାଗର ଚଢାଉ, 93 କିଲୋ ଗଞ୍ଜେଇ ଜବତ

ଅବକାରୀ ବିଭାଗକୁ ସଫଳତା । ବୌଦ୍ଧ ଜିଲ୍ଲାରେ ଅବକାରୀ ବିଭାଗ ଚଢାଉ କରି 93କିଲୋ ଗଞ୍ଜେଇ ଜବତ କରିଛି । ଅଧିକ ପଢନ୍ତୁ...

By

Published : May 14, 2021, 9:41 AM IST

93କିଲୋଗ୍ରାମ ଗଞ୍ଜେଇ ଜବତ
93କିଲୋଗ୍ରାମ ଗଞ୍ଜେଇ ଜବତ

ବୌଦ୍ଧ: ଲକଡାଉନ ସମୟରେ ଚାଲିଛି ବେଧଡକ ଚୋରା ମଦ ଓ ଗଞ୍ଜେଇ କାରବାର । କାରବାର ପଣ୍ଡ କରିବାକୁ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା । ଏଥିରେ ସଫଳ ହେବା ସହିତ 93କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ।

ଅବକାରୀ ବିଭାଗର ଚଢାଉ

ଗତ ବର୍ଷ ଲକଡାଉନ ସମୟରେ ବୌଦ୍ଧ ଜିଲ୍ଲାରୁ ବିପୁଳ ପରିମାଣରେ ଚୋରା ଗଞ୍ଜେଇ ଚାଲାଣ ବିଭିନ୍ନ ଉପାୟରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇଥିଲା । ଚଳିତ ବର୍ଷ ମଧ୍ୟ ଲକଡାଉନ ସମୟରେ ଦେଶୀ ଓ ବିଦେଶୀ ମଦ ଦୋକାନକୁ ଅବକାରୀ ବିଭାଗ ସିଲ କରିଥିଲେ ମଧ୍ୟ କିଛି ବେପାରୀ ଭିତିରିଆ କରବାର ଚଲାଇଥିଲେ । ସେପଟେ ଲକଡାଉନର ସୁଯୋଗ ନେଇ ଜରୁରୀ ସାମଗ୍ରୀ ପରିବହନ ନାଁରେ ଗଞ୍ଜେଇ ଚାଲାଣ କାରବାର ଜୋରଦାର ଚାଲିଥିଲା । କେତେକ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗକୁ ସଫଳତା ମିଳିଥିଲେ ମଧ୍ୟ ଅନେକ ସ୍ଥାନରେ ଏହି ବେଆଇନ କାରବାର ଜେର ଧରିଥିଲା ।

ଗୁରୁବାର ବୌଦ୍ଧ ଅବକାରୀ ବିଭାଗ ଟିକରପଡା ପଞ୍ଚାୟତ ସାଲଦରଙ୍ଗା ଗ୍ରାମରେ ବିଜୟ ମଲ୍ଲିକଙ୍କ ଘରେ ଅଚାନକ ଚଢାଉ କରି ବେଆଇନ ଗଚ୍ଛିତ ଥିବା 93 କିଲୋ ଗଞ୍ଜେଇ ଜବତ କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details