ଓଡିଶା

odisha

ETV Bharat / state

ଗଣେଶ ପୂଜାରେ ଆଦିବାସୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ

ଜଣେ ଅଷ୍ଟମ ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରି ହରଡ଼ଘଣାରେ ପଡିଛନ୍ତି ଚର୍ଚ୍ଚିତ ଶିକ୍ଷକ । ଏହି ଘଟଣା ପରେ ସମ୍ପୃକ୍ତ ପ୍ରଧାନଶିକ୍ଷକ ଫେରାର ହୋଇଯାଇଛନ୍ତି ।

ଡିଜାଇନ ଫଟୋ

By

Published : Sep 3, 2019, 11:25 AM IST

ବୌଦ୍ଧ: ପୁଣି ଗୁରୁଙ୍କ ଉପରେ ଲାଗିଲା କଳଙ୍କର ଦାଗ । ପବିତ୍ର ଗଶେଷ ପୂଜା ଦିନ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ । ଜଣେ ଅଷ୍ଟମ ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରି ହରଡ଼ଘଣାରେ ପଡିଛନ୍ତି ଚର୍ଚ୍ଚିତ ଶିକ୍ଷକ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଖରଶଙ୍କୁଳେଇ ବିଦ୍ୟାଳୟରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୋମବାର ଗଣେଶ ଚତୁର୍ଥୀରେ ସ୍କୁଲରେ ଛାତ୍ରଛାତ୍ରୀମାନେ ବଡ ଧୁମଧାମରେ ଗଣେଶ ପୂଜା ପାଳନ କରିଥିଲେ । ହେଲେ ପ୍ରସାଦ ସେବନ କାର୍ଯ୍ୟକ୍ରମ ସରିବା ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଜଣକ ହଣ୍ଡାହାଣ୍ଡି ଧୋଇବା ଆଳରେ ଛାତ୍ରୀଙ୍କୁ ସ୍କୁଲରେ ରହିବାକୁ କହିଥିଲେ ।

ପରେ ଛାତ୍ରୀଙ୍କୁ ଜୋରଜବରଦସ୍ତି ଅସଦାଚରଣ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୋମବାର ଏସମ୍ପର୍କରେ ସୂଚନା ପାଇବା ପରେ, ହରଭଙ୍ଗା ଥାନା ପକ୍ଷରୁ ଅଭିଯୁକ୍ତଙ୍କ ଧଳପୁରସ୍ଥିତ ବାସଗୃହରେ ତନାଘନା କରାଯାଇଥିଲେ ମଧ୍ୟ ରସିକିଆ ବିକୃତ ମାନସିକଧାରୀ ପ୍ରଧାନ ଶିକ୍ଷକ କେଉଁଆଡେ ଫେରାର ହୋଇଯାଇଛନ୍ତି ।

ଏହି ଘଟଣା ସମ୍ପର୍କରେ ଇଟିଭି ଭାରତକୁ ସୂଚନା ଦେଇ ହରଭଙ୍ଗା ଥାନା ଅଧିକାରୀ କହିଛନ୍ତି ଯେ, ଏହାର ତଦନ୍ତ ଚାଲିଛି ଓ ଅତିଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details