ବୌଦ୍ଧ: ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଦ୍ରୁତ ଗତିରେ ମାଡ଼ି ଚାଲିଛି ଏହି କୋରୋନାରୂପୀ କହର । ଆଜି(ବୁଧବାର) ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ 83 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୌରାଞ୍ଚଳରୁ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅସମ୍ଭାଳ ହେବାରେ ଲାଗିଛି କୋରୋନା ସଂକ୍ରମଣ, ବୌଦ୍ଧରୁ ପୁଣି 83 ଚିହ୍ନଟ - 83 new-covid-cases-identified
ଦ୍ରୁତ ଗତିରେ ମାଡ଼ି ଚାଲିଛି ଏହି କୋରୋନାରୂପୀ କହର । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂଆ 83ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ 21 ଜଣ କେବଳ ବୌଦ୍ଧ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ସେପଟେ କେତେକ ଅମାନିଆଙ୍କ ଯୋଗୁଁ ଏହି ସଂକ୍ରମଣ ଆହୁରି ଅଧିକ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ସହରର କେତେକ ବସ୍ତି ଓ ଜିଲ୍ଲାର କେତେକ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ।
ସେହିପରି ଆସନ୍ତା କାଲିଠାରୁ ବୌଦ୍ଧର ବ୍ୟବସାୟ ପ୍ରତିଷ୍ଠାନ ସକାଳ ଛ ଟାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନେଇଛି । ସେପଟେ ବୌଦ୍ଧର ବିଭିନ୍ନ ବ୍ୟାଙ୍କ ଓ ଯାତ୍ରୀବାହୀ ବସରେ କୋଭିଡ ଗାଇଡଲାଇନକୁ ଆଦୌ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି । ଏହାଛଡା ଗ୍ରାମାଞ୍ଚଳରେ ବିବାହ ଓ ଅନ୍ୟାନ୍ୟ ଉତ୍ସବ ନାଁ ରେ କୋରୋନା କଟକଣାକୁ ମାନୁନଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ