ଓଡିଶା

odisha

ETV Bharat / state

ଗୁହାଳରେ ବିତୁଛି ଗୁପ୍ତେଶ୍ବରଙ୍କ ଜୀବନ - ରାଉତବାହାଲ ଗାଁ

ବୌଦ୍ଧ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗାଁର ଗୁପ୍ତେଶ୍ବର ପ୍ରଧାନ । ସରକାରୀ ସହାୟତାଠୁ ଖୁବ ଦୂରରେ ଏହି ବୟସ୍କ ବ୍ୟକ୍ତି । ଗୁହାଳରେ କଟୁଛି ଜୀବନ । ନା ମିଳୁଛି ସରକାରୀ ଭତ୍ତା ନା ସରକାରୀ ସହାୟତା ।

ଡିଜାଇନ ଫଟୋ

By

Published : Aug 29, 2019, 10:49 AM IST

Updated : Aug 29, 2019, 12:45 PM IST

ବୌଦ୍ଧ: ବୟସ୍କ ଲୋକଙ୍କ ପାଇଁ ସରକାରଙ୍କ ବହୁ ଯୋଜନା । ହେଲେ ସରକାରୀ ସହାୟତାଠୁ ଖୁବ ଦୂରରେ ବୌଦ୍ଧ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗାଁର ଗୁପ୍ତେଶ୍ବର ପ୍ରଧାନ । ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନା ରହିବା ପାଇଁ ଘର ଖଣ୍ଡିଏ । ସେପଟେ ଅନେକ ରାଜନେତା, ପଞ୍ଚାୟତ ଅଧିକାରୀଙ୍କ ପାଖକୁ ଦୀର୍ଘ 20 ବର୍ଷ ହେଲାଣି ଦୌଡି ଦୌଡି ନୟାନ୍ତ ହେଲେଣି ଏହି ଅସହାୟ ବୃଦ୍ଧ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଗୁପ୍ତେଶ୍ବରଙ୍କ ବୟସ 80 ବର୍ଷ । ବହୁ ଦିନ ପୂର୍ବରୁ ସ୍ତ୍ରୀ ମଧ୍ୟ ଆରପାରିକୁ ଚାଲିଗଲେଣି । ଆଉ ଦୁଇ ଦୁଇଟି ପୁଅ ଥାଇ ବି ବୃଦ୍ଧ ବାପାଙ୍କୁ ଏକା ଛାଡି ଦେଇଛନ୍ତି । ବୟସାଧିକ ହେତୁ ଠିକରେ ଚାଲିବୁଲି ମଧ୍ୟ ପାରୁ ନାହାଁନ୍ତି । ଫଳରେ ଅସହାୟ ଅବସ୍ଥାରେ ବୃଦ୍ଧ ଗୁପ୍ତେଶ୍ବର ଏବେ ଏକ ଗୁହାଳ ଘରେ ଆଶ୍ରୟ ନେଇ ଶେଷ ଜୀବନ କାଟୁଛନ୍ତି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏତେ ବୟସ୍କ ବୃଦ୍ଧଙ୍କୁ ଆଜିଯାଏ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ନାହିଁ ।

ଯେଉଁଠାରେ ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ କୋଡିଏ ବର୍ଷ ର ସଂଘର୍ଷ କରିବାକୁ ପଡୁଛି ସେଠାରେ ପକ୍କାଘର ଏକପ୍ରକାର ସ୍ବପ୍ନ ହୋଇପଡିଛି। ତେବେ ତୁରନ୍ତ ଏହି ଅସହାୟ ବୃଦ୍ଧ ଙ୍କୁ ସରକାରୀ ସହାୟତା ଦେବା ସହ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Last Updated : Aug 29, 2019, 12:45 PM IST

ABOUT THE AUTHOR

...view details