ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଗୁରୁବାର ଦିନ ଜିଲ୍ଲାରୁ 63 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ସହର କୋରୋନାର ହଟସ୍ପଟ ପାଲଟିଛି । ସେପଟେ ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ସଂକ୍ରମଣ ବୃଦ୍ଧି ଯୋଗୁଁ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯିବା ସହ ଖୋଦ ହରଭଙ୍ଗା ବିଡ଼ିଓ ଗାଁକୁ ଗାଁ ବୁଲି ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛନ୍ତି ।
ବୌଦ୍ଧରୁ 63 ସଂକ୍ରମିତ ଚିହ୍ନଟ, ଗାଁ ଗାଁ ବୁଲି ସଚେତନ କରୁଛନ୍ତି ବିଡ଼ିଓ - harabhanga bdo
ଗୁରୁବାର ଦିନ ବୌଦ୍ଧ ଜିଲ୍ଲାରୁ 63 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ସହର କରୋନାର ହଟସ୍ପଟ ପାଲଟିଛି । ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ସଂକ୍ରମଣ ବୃଦ୍ଧି ଯୋଗୁଁ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯିବା ସହ ହରଭଙ୍ଗା ବିଡ଼ିଓ ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଅଧିକ ପଢନ୍ତୁ...
ବୌଦ୍ଧରୁ 63 ସଂକ୍ରମିତ ଚିହ୍ନଟ, ଗାଁ ଗାଁ ବୁଲି ସଚେତନ କରୁଛନ୍ତି ବିଡ଼ିଓ
ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରୁ 18ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହରଭଙ୍ଗା ଗ୍ରାମ ଓ ବଢିଗାଁ ଗ୍ରାମରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଗୁରୁବାର ଠାରୁ ବୌଦ୍ଧ ବଣିଜ ସଂଘର ଆହ୍ବାନରେ ଦିନ 2ଟା ପରେ ବୌଦ୍ଧର ସମସ୍ତ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଗୁରୁବାର ବୌଦ୍ଧ ସହରର ଜଣେ ବ୍ୟବସାୟୀ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ