ଓଡିଶା

odisha

ETV Bharat / state

କାର୍ଯ୍ୟରେ ଅବହେଳା ପାଇଁ 6 ଶିକ୍ଷକ ନିଲମ୍ବିତ - 5'ଟି' ଛାଟରେ 6 ଠକ ଶିକ୍ଷକ

5'ଟି' ଛାଟରେ ଶିକ୍ଷା ବିଭାଗରେ ଠକୁଥିବା 6 ଜଣ ଶିକ୍ଷକଙ୍କୁ ନିଲମ୍ବିତ କରି ସାବାଡ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ଅଧିକ ପଢନ୍ତୁ...

6 teacher suspended by boudh collector
କାର୍ଯ୍ୟରେ ଅବହେଳା ପାଇଁ 6 ଶିକ୍ଷକ ନିଲମ୍ବିତ

By

Published : Feb 20, 2020, 11:59 PM IST

ବୌଦ୍ଧ: ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ । 5'ଟି' ଛାଟରେ ଶିକ୍ଷା ବିଭାଗରେ ଠକୁଥିବା 6 ଜଣ ଶିକ୍ଷକଙ୍କୁ ନିଲମ୍ବିତ କରି ସାବାଡ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ।

କାର୍ଯ୍ୟରେ ଅବହେଳା ପାଇଁ 6 ଶିକ୍ଷକ ନିଲମ୍ବିତ

ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କୁମାରୀ ପ୍ରାଥମିକ ବିଦ୍ୟାଳୟର ଗଣ ଶିକ୍ଷକ ସରୋଜ କୁମାର ଭୋକ୍ତା ଗତ ୨୫ ଅଗଷ୍ଟ ୨୦୧୮ ଠାରୁ ବିଦ୍ୟାଳୟକୁ ଯାଉନଥିଲେ । ସେହିପରି କଣ୍ଟାମାଳ ବ୍ଲକର ବନ୍ଧଗୋରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସରିତା ପାତ୍ର, ସମାଡାଙ୍କି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ମୋତିଲାଲ ଭୋଇ, ଦିଗୁନୁମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁଧାଂଶୁ ଶେଖର ଧଳ, ଲୁଣପଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚନ୍ଦ୍ର ମଣି ସିଂ ଓ କାନିସେମେଲ ପ୍ରାଥମିକ ବିଦ୍ୟାଳୟର ଦାଶରଥି ମାର୍ଥା ମଧ୍ୟ ବିଦ୍ୟାଳୟକୁ ଆସୁଥିନଲେ । ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ଏହି 6 ଜଣ ଶିକ୍ଷକଙ୍କୁ ବୌଦ୍ଧ ଜିଲ୍ଲାପାଳ ଲାଲଟେନ୍ଦୁ ମିଶ୍ର ନିଲମ୍ବିତ କରିଛନ୍ତି ।

ତେବେ ଅନ୍ୟ ଠକ ଶିକ୍ଷକଙ୍କ ଉପରେ କେବେ 5 'ଟି'ର ଛାଟ ପଡିବ ତାହା ଉପରେ ସମସ୍ତଙ୍କ ନଜର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details