ବୌଦ୍ଧ: ଭୂତ ଭୟରେ ଭିଟାମାଟି ଛାଡିଛନ୍ତି 6 ଗୋଟି ଆଦିବାସୀ ପରିବାର । ସଂଧ୍ୟା ହେଲେ ଗାଁରେ ନିସ୍ତବ୍ଧ ହୋଇ ଭୟ ଆତଙ୍କରେ ତାଟି କବାଟ ପଡିଯାଉଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଲପଡା ଗାଁରେ ଗ୍ରାମବାସୀଙ୍କ ମନରେ ଖେଳିଯାଇଛି ଭୂତ ଆତଙ୍କ ।
ବିଗତ କିଛିମାସ ତଳେ ଗାଁରେ ଲଗାତାର ମୃତ୍ୟୁ ଯୋଗୁଁ ଗାଁଲୋକେ ଆତଙ୍କିତ ହୋଇପଡିଛନ୍ତି । ଆଉ ଏହା ପଛରେ କୌଣସି ଭୂତପ୍ରେତର ସାୟା ଆଶଙ୍କା କରି ସଂଧ୍ୟା ହେଲେ କେହି କୁଆଡେ ବାହାରୁ ନାହାନ୍ତି ।
ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବାରୁ ଶେଷରେ ବାଧ୍ୟ ହୋଇ ଗାଁର 9 ଟି ପରିବାର ମଧ୍ୟରୁ 6 ଟି ପରିବାର ଗାଁ ଛାଡି ଅନନ୍ୟ ଜାଗାରେ ପାଲ ଟାଣି ବାସ କରୁଛନ୍ତି ।
ଏପଟେ କିନ୍ତୁ ଅସହାୟ ତଥା ଗରିବ ଆଦିବାସୀ ନିଜ ଭିଟାମାଟି ଥାଇ ସୁଦ୍ଧା ବେସାହାରା ଭଳି ଅନ୍ୟ ସ୍ଥାନରେ ବସବାସ କରୁଛନ୍ତି । ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରି ଏହି ଆଦିବାସୀ ପରିବାର ମାନଙ୍କୁ ଥଇଥାନ କରିବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ