ବୌଦ୍ଧ: କଅଁଳ ବୟସରେ ବିରଳ ରୋଗ । ଯେଉଁ ବୟସରେ ହସଖୁସିରେ ଖେଳିବା କଥା ସେହି ବୟସରେ ଯନ୍ତ୍ରଣାରେ ଛଟପଟ ହେଉଛି ବୌଦ୍ଧ କିର୍ଲା ଗାଁ ର ସାନିଆ । ଅର୍ଥାଭାବରୁ ଆଶା ଶୂନ୍ୟ ହୋଇ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର ଲୋକେ ।
କିଡନୀ ରୋଗରେ ଛଟପଟ ସାନିଆ - କିଡନୀ ସମସ୍ୟା
4 ବର୍ଷର ଶିଶୁକନ୍ୟା କିଡନୀ ରୋଗରେ ଆକ୍ରାନ୍ତ । ଝିଅର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଦୌଡି ଦୌଡି ସର୍ବଶ୍ବାନ୍ତ ହୋଇପଡିଥିବା ବେଳେ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୌଦ୍ଧ ଜିଲ୍ଲା ସିମିଳିପଦର ପଞ୍ଚାୟତ ଅନ୍ତର୍ଗତ କିର୍ଲା ଗ୍ରାମର ବୃନ୍ଦାବନଙ୍କ ପ୍ରଥମ କନ୍ୟା ସନ୍ତାନ ଭାବେ 4 ବର୍ଷ ତଳେ ଜନ୍ମ ଗ୍ରହଣ କରିଥିଲା ସାନିଆ । ସାନିଆ ଦେଢ ବର୍ଷର ଥିବାବେଳେ ବାରମ୍ବାର ତାର ଦେହ ଖରାପ ହେବାରୁ ଡାକ୍ତରଖାନାରେ ପରୀକ୍ଷା ପରେ କିଡନୀ ସମସ୍ୟା ଥିବା ଜଣାପଡିଥିଲା । ବାସ ତା ପରଠାରୁ ଆଜକୁ ପ୍ରାୟ ଅଢେଇ ବର୍ଷ ହେଲା ସାନିଆ କୁ ନେଇ ପରିବାର ବିଭିନ୍ନ ଡାକ୍ତରଖାନାକୁ ଦୌଡି ଦୌଡି ସର୍ବଶ୍ବାନ୍ତ ହୋଇ ଗଲେଣି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ