ଓଡିଶା

odisha

ETV Bharat / state

ଧରାପଡ଼ିଲେ 45 ନକଲି ଶିକ୍ଷକ, ଜାଲ ଓଟିଇଟି ସାର୍ଟିଫିକେଟରେ କରୁଥିଲେ ଚାକିରୀ - ଜାଲ ଓଟିଇଟି ସାର୍ଟିଫିକେଟରେ କରୁଥିଲେ ଚାକିରୀ

ବୌଦ୍ଧ ଜିଲ୍ଲାରେ ଜାଲ ଓଟିଇଟି ସାର୍ଟିଫିକେଟ ଦେଖାଇ ଚାକିରୀ କରିଥିବା ନକଲି ଶିକ୍ଷକଙ୍କୁ ଧରିଛି ଶିକ୍ଷା ବିଭାଗ । ଅଧିକ ପଢନ୍ତୁ...

45 fake teachers caught by Education department in Boudh
ଧରାପଡ଼ିଲେ 45 ନକଲି ଶିକ୍ଷକ, ଜାଲ ଓଟିଇଟି ସାର୍ଟିଫିକେଟରେ କରୁଥିଲେ ଚାକିରୀ

By

Published : Jan 8, 2021, 2:28 PM IST

Updated : Jan 8, 2021, 2:43 PM IST

ବୌଦ୍ଧ:ଜିଲ୍ଲାରେ 45 ଜଣ ନକଲି ଶିକ୍ଷକ ଶୁକ୍ରବାର ଧରାପଡି଼ଛନ୍ତି । ଏମାନେ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ନିଯୁକ୍ତି ପାଇଥିଲେ । ଶିକ୍ଷାବିଭାଗ ଏହି ନକଲି ଶିକ୍ଷକଙ୍କୁ ନୋଟିସ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ଧରାପଡ଼ିଲେ 45 ନକଲି ଶିକ୍ଷକ, ଜାଲ ଓଟିଇଟି ସାର୍ଟିଫିକେଟରେ କରୁଥିଲେ ଚାକିରୀ

ଜାଲ ସାର୍ଟିଫିକେଟ ଦେଖାଇ ଶିକ୍ଷକ ନିଯୁକ୍ତି ପାଇଥିବା ନକଲି ଶିକ୍ଷକଙ୍କ ବିରୁଦ୍ଧରେ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା । ଶିକ୍ଷା ବିଭାଗ ଏଭଳି 85 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ତନ୍ମଧ୍ୟରୁ ଓଟିଇଟି ସାର୍ଟିଫିକେଟ ନକଲି ଥିବା 45 ଜଣ ଶିକ୍ଷକଙ୍କୁ ଧରିଛି । ଏନେଇ ସମ୍ପୃକ୍ତ ନକଲି ଶିକ୍ଷକଙ୍କୁ ନୋଟିସ ମଧ୍ୟ ପଠାଯାଇଛି ।

ତେବେ ଆଉ 9 ଜଣ ଶିକ୍ଷକଙ୍କ ସାର୍ଟିଫିକେଟର ଯାଞ୍ଚ ଚାଲିଥିବା ବେଳେ ଏଥିରେ ଆହୁରି 60 ଜଣ ନକଲି ଶିକ୍ଷକ ଶିକ୍ଷା ବିଭାଗରେ ଚଞ୍ଚକତା କରି ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ତେବେ ଗୋଟିଏ ପଟରେ 45 ଜଣ ନକଲି ଶିକ୍ଷକ ଧରାପଡିଥିବା ବେଳେ ଅପରପକ୍ଷରେ 2011ରୁ ଗଣ ଶିକ୍ଷକ ଥିବା 45 ଜଣ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ରେଗୁଲାର ବା ନିୟମିତ ଘୋଷଣା କରିଛି ।

ସେପଟେ ନକଲି ଶିକ୍ଷକଙ୍କ ବିରୁଦ୍ଧରେ ବହିଷ୍କାର ସହିତ ଫୌଜଦାରୀ ମକଦ୍ଦମା ଓ ଅର୍ଥ ଫେରସ୍ତ ପାଇଁ ଶିକ୍ଷା ବିଭାଗ ନିର୍ଦ୍ଦେଶ ନ ଦେଲେ ଶିକ୍ଷା ଅଧିକାରୀଙ୍କ ବିରୋଧରେ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 8, 2021, 2:43 PM IST

ABOUT THE AUTHOR

...view details