ଓଡିଶା

odisha

ETV Bharat / state

ଏଡସ ରୋଗରେ ସର୍ବନିମ୍ନ ସ୍ଥାନରେ ବୌଦ୍ଧ ଜିଲ୍ଲା - ବୌଦ୍ଧରେ ସର୍ବନିମ୍ନ ସ୍ତରରେ ଏଡସ ରୋଗୀ

ବୌଦ୍ଧ ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ସର୍ବନିମ୍ନ ସ୍ଥାନରେ ପହଞ୍ଚିଛି। ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ୪୧ ଜଣ ଏଡସ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ଅଧିକ ଖବର ପଢନ୍ତୁ...

-boud AIDS
ଏଡସ ରୋଗରେ ସର୍ବନିମ୍ନ ସ୍ଥାନରେ ବୌଦ୍ଧ ଜିଲ୍ଲା

By

Published : Dec 1, 2019, 2:52 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ପାଳିତ ହୋଇଯାଇଛି ବିଶ୍ବ ଏଡସ ଦିବସ। ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାରେ ହୋଇଥିବା ରାଲିକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହାସହ ଲୋକଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇଛନ୍ତି ଜିଲ୍ଲାପାଳ ।

ଏଡସ ରୋଗରେ ସର୍ବନିମ୍ନ ସ୍ଥାନରେ ବୌଦ୍ଧ ଜିଲ୍ଲା

ସୂଚନା ଅନୁସାରେ,ଏକ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବୌଦ୍ଧ ଜିଲ୍ଲାରେ ସର୍ବପ୍ରଥମେ ଏଡସ ରୋଗୀ ଚିହ୍ନଟ ହୋଇଥିଲା । ହେଲେ ଖୁସିର ବିଷୟ ଏହିକି ଯେ ବର୍ତ୍ତମାନ ଏହି ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ସର୍ବନିମ୍ନ ସ୍ଥାନରେ ପହଞ୍ଚିଛି ।

ବର୍ତ୍ତମାନର ତଥ୍ୟ ମୁତାବକ କେବଳ ପୌରାଞ୍ଚଳରେ ଗୋଟିଏ ପରିବାରର ପିତାମାତା, ପୁଅ ଏଭଳି ତିନିଜଣଙ୍କ ସହିତ ଜିଲ୍ଲାରେ ସମୁଦାୟ ୪୧ ଜଣ ଏଡସ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାହେଲା ଓଡ଼ିଶାର ସର୍ବାଧିକ ଏଡସ ରୋଗୀ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ଏହି କ୍ରମରେ ସବୁଠାରୁ ନିମ୍ନ ସ୍ଥାନରେ ରହିଛି । ଏନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details