ବୌଦ୍ଧ: ପୁଣି ଜିଲ୍ଲାରୁ ଚିହ୍ନଟ ହେଲେ 39 ଜଣ ନୂତନ କୋରୋନା ପଜିଟିଭ । ସେପଟେ କୋଭିଡ କେନ୍ଦ୍ର ସମ୍ପ୍ରସାରଣ ପାଇଁ ନିକଟରେ ଥିବା ପୁରୁଣା ଆଇଟିଆଇ ବିଲ୍ଡିଂ କୁ ଜିଲ୍ଲାପାଳ ବୁଲି ଦେଖିଛନ୍ତି ।
ବୌଦ୍ଧରୁ ପୁଣି 39 କୋରୋନା ପଜିଟିଭ ଚିହ୍ନଟ - ବୌଦ୍ଧ ଜିଲ୍ଲାରୁ ପୁଣି 39 କୋରୋନା ପଜିଟିଭ ଚିହ୍ନଟ
ପୁଣି ଜିଲ୍ଲାରୁ ଚିହ୍ନଟ ହେଲେ 39 ଜଣ ନୂତନ କୋରୋନା ପଜିଟିଭ । ସେପଟେ କୋଭିଡ କେନ୍ଦ୍ର ସମ୍ପ୍ରସାରଣ ପାଇଁ ନିକଟରେ ଥିବା ପୁରୁଣା ଆଇଟିଆଇ ବିଲ୍ଡିଂକୁ ଜିଲ୍ଲାପାଳ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ...
ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଉଥିବା ବେଳେ ବୌଦ୍ଧ ପୌରାଞ୍ଚଳର ସତରଟି ଓ୍ବାର୍ଡ ମଧ୍ୟରୁ ସାତଟି ଓ୍ବାର୍ଡରେ ଆଜି ଗୋଟିଏ ଦିନରେ 22ଟି ପଜିଟିଭ ସମସ୍ତଙ୍କୁ ଚିନ୍ତିତ କରିଛି ।
ଦିନକୁ ଦିନ କୋଭିଡ କେନ୍ଦ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ନିକଟରେ ଥିବା ପୁରୁଣା ଆଇଟିଆଇ କୋଠାକୁ ପରିବର୍ଦ୍ଧିତ କୋଭିଡ କେନ୍ଦ୍ର କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୁଲି ଦେଖିଛନ୍ତି ।ସେପଟେ କୋଭିଡ କେନ୍ଦ୍ରରେ କୌଣସି ଅଘଟଣ ଏଡାଇବାକୁ ତଥା ସାନିଟାଇଜ ପାଇଁ ଆଜି ଠାରୁ ଚବିଶ ଘଣ୍ଟିଆ ଅଗ୍ନିଶମ ସେବା କୋଭିଡ କେନ୍ଦ୍ରରେ ଆରମ୍ଭ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ