ଓଡିଶା

odisha

ETV Bharat / state

ବଢୁଛି ଦୁର୍ଘଟଣା, ଗୋଟିଏ ଦିନରେ ଗଲା 3 ଜୀବନ - ଗୋଟିଏ ଦିନରେ ଗଡିଲା 3 ମୁଣ୍ଡ

ମଙ୍ଗଳବାର ରାତିରେ ଜଣେ ବାଇକ ଆରୋହୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ମଥୁରା ଗାଁ ଗୁଡଭେଲି ମେହେରୁଣୀ ସେତୁ ନିକଟରେ ଆଉ ଏକ ସଡକ ଦୁର୍ଘଟଣା ଘଟି ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

3 death in road accident under manamunda ps
ଗୋଟିଏ ଦିନରେ ଗଡିଲା 3 ମୁଣ୍ଡ

By

Published : Feb 19, 2020, 10:35 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସଡକ ଦୁର୍ଘଟଣା ଥମିବାର ନା ଧରୁନି । ମଙ୍ଗଳବାର ରାତିରେ ଜଣେ ବାଇକ ଆରୋହୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ମଥୁରା ଗାଁ ଗୁଡଭେଲି ମେହେରୁଣୀ ସେତୁ ନିକଟରେ ଆଉ ଏକ ସଡକ ଦୁର୍ଘଟଣା ଘଟି ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ବାଉଁଶୁଣୀ ଥାନା ଅନ୍ତର୍ଗତ ବାଦିକଟା ଗ୍ରାମର ଚିନ୍ମୟ ମହାକୁଳ ବୋଲି ଜଣାପଡିଛି ।

ଗୋଟିଏ ଦିନରେ ଗଡିଲା 3 ମୁଣ୍ଡ

ସୂଚନା ଅନୁଯାୟୀ, ଚିନ୍ମୟ ନିଜ ସମ୍ପର୍କିୟଙ୍କ ଘରକୁ ଭୋଜି ଖାଇବାକୁ ଯିବା ବାଟରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏପଟେ ଖବର ପାଇ ବୁଧବାର ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details