ଓଡିଶା

odisha

ETV Bharat / state

ଗ୍ରାମରକ୍ଷୀଙ୍କ ଘରୁ 25 କେଜି ଚୋରା ଗଞ୍ଜେଇ ଜବତ - ଗ୍ରାମ ରକ୍ଷୀଙ୍କ ଘରୁ ଗଞ୍ଜେଇ ଜବତ

ବୌଦ୍ଧରେ ଯେଉଁଭଳି ଭାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ସେହିଭଳି ଚୋରା ଗଞ୍ଜେି ଚାଲାମ ମଧ୍ୟ ବଢିବାରେ ଲାଗିଛି । ବୌଦ୍ଧ ଜିଲ୍ଲା ଖୁଣ୍ଡବନ୍ଧ ଗ୍ରାମର ଗ୍ରାମ ରକ୍ଷୀଙ୍କ ଘରୁ ଅବକାରୀ ବିଭାଗ ଚଢାଉ କରି ୨୫ କେଜି ଚୋରା ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ଗ୍ରାମ ରକ୍ଷୀଙ୍କ ଘରୁ 25 କେଜି ଚୋରା ଗଞ୍ଜେଇ ଜବତ
ଗ୍ରାମ ରକ୍ଷୀଙ୍କ ଘରୁ 25 କେଜି ଚୋରା ଗଞ୍ଜେଇ ଜବତ

By

Published : Sep 10, 2020, 8:46 AM IST

ବୌଦ୍ଧ: କୋରୋନା ସଂକ୍ରମଣ ବ୍ୟାପିବାରୁ ରୋକି ହେଉନଥିବା ଭଳି ଚୋରା ଗଞ୍ଜେଇ ଚାଲାଣର ଚେର ଉପାଡି ହୋଇପାରୁନି । ଅବକାରୀ ବିଭାଗ ଜଣେ ଗ୍ରାମରକ୍ଷୀଙ୍କ ଘରୁ 25 କେଜି ଚୋରା ଗଞ୍ଜେଇ ଜବତ କରିଛି ।

ଗ୍ରାମ ରକ୍ଷୀଙ୍କ ଘରୁ 25 କେଜି ଚୋରା ଗଞ୍ଜେଇ ଜବତ

ବୌଦ୍ଧ ଜିଲ୍ଲାରେ ଥମିବାର ନା ନେଉନି କୋରୋନା ସଂକ୍ରମଣ । ବୁଧବାର ନୂତନ ୫୮ ଆକ୍ରାନ୍ତ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୨୬ ରେ ପହଞ୍ଚିଛି । କୋରୋନା ଆକ୍ରାନ୍ତ ବୃଦ୍ଧି ଭଳି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ମଧ୍ୟ ଥମିବାର ନା ନେଉନି । ଏହି ବେଆଇନ ବ୍ୟବସାୟ ଆଉ ଉପାନ୍ତ ଅଞ୍ଚଳ ମଧ୍ୟରେ ସିମୀତ ରହିନାହିଁ । ଏବେ ପୁଣି ଜଣେ ଗ୍ରାମ ରକ୍ଷୀ ଙ୍କ ନିକଟରୁ ଜବତ ହୋଇଛି ଗଞ୍ଜେଇ ।

ଗ୍ରାମ ରକ୍ଷୀଙ୍କ ଘରୁ 25 କେଜି ଚୋରା ଗଞ୍ଜେଇ ଜବତ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଖୁଣ୍ଡବନ୍ଧ ଗ୍ରାମର ଗ୍ରାମ ରକ୍ଷୀଙ୍କ ଘରୁ ଅବକାରୀ ବିଭାଗ ଚଢାଉ କରି ୨୫ କେଜି ଚୋରା ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ତେବେ ଏହା ପଛରେ ଏକ ବଡ ରାକେଟ କାମ କରୁଥିବା ଚର୍ଚ୍ଚା ହୋଇଛି ।

ସେପଟେ ଆଜି ଜିଲ୍ଲାରେ ବୃଦ୍ଧି ପାଉଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ସ୍ବେଚ୍ଛାସେବୀ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଆରସେନିକ ଆଲବ ୩୦ ଔଷଧ ମାଗଣାରେ ବଣ୍ଟନ କରିଛନ୍ତି । ସେହିପରି ମହିଳା ସଂଗଠନ ପକ୍ଷରୁ ଜିଲ୍ଲାର ୧୪ ହଜାର ପିଲାଙ୍କ ପାଇଁ ମାଗଣାରେ ମାସ୍କ ଯୋଗାଇ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details