ଓଡିଶା

odisha

ETV Bharat / state

କଣ୍ଟାମାଳ ଓ ବୌଦ୍ଧରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ - boudh news

ସାରା ରାଜ୍ୟରେ ବିଜେଡିର 23ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବାବେଳେ ବୌଦ୍ଧରେ ବିଜେଡିର 23ତମ ପ୍ରତିଷ୍ଠା ଦିବସ ସହ ଜିଲ୍ଲା ଗଠନର 26 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

23rd Bjd foundation day celebrates in boudh and kantamala
କଣ୍ଟାମାଳ ଓ ବୌଦ୍ଧରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

By

Published : Dec 26, 2019, 9:37 PM IST

ବୌଦ୍ଧ: ସାରା ରାଜ୍ୟରେ ବିଜେଡିର 23ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏହି ଉପଲକ୍ଷେ ବୌଦ୍ଧରେ ବିଜେଡିର 23 ତମ ପ୍ରତିଷ୍ଠା ଦିବସ ସହ ଜିଲ୍ଲା ଗଠନର 26 ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରାଯାଇଛି ।

କଣ୍ଟାମାଳ ଓ ବୌଦ୍ଧରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଗୁରୁବାର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ 23ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ରଣାଙ୍କ ସଭାପତିତ୍ବରେ କଣ୍ଟାମାଳ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ସଭାରେ ଜିଲ୍ଲା ପର୍ଯ୍ୟବେକ୍ଷକ କୃତିବାସ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ଯୋଗ ଦେଇ ଦଳର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।

ସେହିପରି ବୌଦ୍ଧ ଟାଉନ ହଲ ଠାରେ ଜୋନ୍‌ ସଭାପତି ଅଶୋକ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ । ଜିଲ୍ଲା ବିକାଶର କଥାକୁ ବର୍ଣ୍ଣନା କରିବା ସହ ବୌଦ୍ଧ ଜିଲ୍ଲାର ମାନ୍ୟତା ଦେଇଥିବା ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details